ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦାବି । ଦାବି କଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ନବୀନ ଆଉ ନୀତିଶଙ୍କୁ ଭାରତ ରତ୍ନ ମିଳୁ କହିଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କୁ ମିଳୁ । ବିଜେପିର ବରିଷ୍ଠ ନେତା ଏବଂ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଆଜି ଏକ ବଡ଼ ଦାବି କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ମିଳିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି । ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ବେଗୁସରାଇରେ ଗିରିରାଜ ସିଂହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କୁ ଖୁବ ପ୍ରଶଂସା କରିଛନ୍ତି । ନୀତୀଶ କୁମାର ଏବେ ବିଜେପିର ସହଯୋଗୀ ଥିବା ବେଳେ ନବୀନ ପଟ୍ଟନାୟକଙ୍କ ବିଜେଡି ମଧ୍ୟ ଏନଡିଏକୁ ସମର୍ଥନ ଦେଇଥାଏ । ହେଲେ ଏବେ ଓଡ଼ିଶାରେ ବିଜେଡିକୁ ମାତ ଦେଇ ବିଜେପି ସରକାର ଗଢ଼ିଛି ।










