21.1 C
Bhubaneswar
Wednesday, January 14, 2026
Homeଓଡିଶାନବ କୁଣ୍ଡିୟ ରାଷ୍ଟ୍ରୀୟ ଶୌର୍ଯ୍ୟ ସମୃଦ୍ଧି ଗାୟତ୍ରୀ ମହାପୂର୍ଣ୍ଣାହୂତି: ୨୪୦୦ ଦୀପ ପ୍ରଜ୍ୱଳନ

ନବ କୁଣ୍ଡିୟ ରାଷ୍ଟ୍ରୀୟ ଶୌର୍ଯ୍ୟ ସମୃଦ୍ଧି ଗାୟତ୍ରୀ ମହାପୂର୍ଣ୍ଣାହୂତି: ୨୪୦୦ ଦୀପ ପ୍ରଜ୍ୱଳନ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସ ନଗର ଗୋପବନ୍ଧୁ ଛକଠାରେ ଥିବା ନନ୍ଦରାମ ବଟିକା ପ୍ରାଙ୍ଗଣରେ ବ୍ୟାସ ନଗର ଗାୟତ୍ରୀ ମଣ୍ଡଳ ପକ୍ଷରୁ ନବ କୁଣ୍ଡିୟ ଶୌର୍ଯ୍ୟ ସମୃଦ୍ଧି ଗାୟତ୍ରୀ ମହା ଯଜ୍ଞର ପୃ୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଯାଇ ଗାୟତ୍ରୀ ମାତାଙ୍କ ଉଦେଶ୍ୟରେ ୨୪୦୦ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ମନୋରମ ଦୁଶ୍ୟ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ଜୟ ଗାଇତ୍ରୀ ମାତା ଧ୍ୱନି ଓ ଗାୟତ୍ରୀ ମନ୍ତ୍ର ପାଠ କରି ନିଜ କୁ କୃଥାର୍ଥ ମଣି ଥିଲେ। ଯଜ୍ଞ ମଣ୍ଡପରେ ଧ୍ୟାନ ଯୋଗ ପ୍ରଣ।ୟମରେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଓ ଚାଳିଶା ପଠନରେ ଭକ୍ତି ଭାବ ଜାଗ୍ରତ ହେବା ସଙ୍ଗେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଭାବ୍ୟ ଆଳତି ଓ ବ୍ର।ହ୍ମଣ ବାଳକମାନଙ୍କର ବ୍ରତୋଉପନୟନ ବିନା ଶୃକ୍ଳରେ କରା ଯାଇଥିଲା। ଗାୟତ୍ରୀ ମନ୍ତ୍ରର ଦୀକ୍ଷା ପ୍ରଦାନ କରାଯାଇ ଥିଲା । ଧର୍ମ ସମ୍ମିଳନୀ ଓ ପ୍ରବଚନ ପ୍ରଭୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ଗାୟତ୍ରୀ ମାତାଙ୍କ ଆଶୀଷ ଭିକ୍ଷା କରି ଥିଲେ। ୩ ଦିନ ଧରି ଅନ୍ନ ଦାନ ଭାଇ ଚାରା ଶାନ୍ତି ମୈତ୍ରୀ ଗୃହସ୍ତ ଧର୍ମ ଇଶ୍ୱର ନିକଟରେ ଆତ୍ମ ବିଶ୍ୱାସ ସତ ପଥ ସତ ମାର୍ଗରେ ଚାଲିବା ପାଇଁ ହରିଦ୍ୱାରରୁ ଆସିଥିବା ସାଧୁ ସନ୍ଥ ଓ ପଣ୍ଡିତ ମାନେ ସୁନ୍ଦର ଭାବରେ ବ୍ୟାଖ୍ୟା କରି ଉପଦେଶମାନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ୟାସ ନଗର ଗାୟତ୍ରୀ ପରିବାର ସୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking