27.1 C
Bhubaneswar
Sunday, June 22, 2025
Homeଓଡିଶାଟିକରପଡ଼ାରେ ଝାଡ଼ାବାନ୍ତି; ୨୪ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ୨ ମୃତ

ଟିକରପଡ଼ାରେ ଝାଡ଼ାବାନ୍ତି; ୨୪ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ୨ ମୃତ

ଭଞ୍ଜନଗର: ଆମ୍ବପୁଆ ପଞ୍ଚାୟତ ଟିକରପଡ଼ା ଗାଁରେ ଝାଡ଼ାବାନ୍ତି ଆତଙ୍କ ଲାଗି ରହିଛି । ୨୪ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ ୨ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗତ ପ୍ରାୟ ୪ ଦିନ ହେଲା ଗାଁରେ ଆରମ୍ଭ ହୋଇଥିଲା ଝାଡ଼ାବାନ୍ତି । ଗୋଟିଏ ପଟେ ଦୂଷିତ ଜଳ ଏହାର କାରଣ ବୋଲି କୁହାଯାଉଥିବା ବେଳେ ଅନ୍ୟପଟେ ଗାଁର ଏକ ଭୋଜି ଖାଇବା ପରେ ଏଭଳି ପରିସ୍ଥିତିର ସୂତ୍ରପାତ ହୋଇଥିବା କୁହାଯାଉଛି । ଆକ୍ରାନ୍ତମାନଙ୍କୁ ନିକଟସ୍ଥ ବେଲଗୁଣ୍ଠା ଓ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକାଂଶ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗାଁରେ ସ୍ୱାସ୍ଥ୍ୟ ଟିମ୍ ପହଞ୍ôଚ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ଗାଁର ବିଭିନ୍ନ ସ୍ଥାନରେ ପରିମଳ ବ୍ୟବସ୍ଥା ପ୍ରତି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିରେ ଦେବ ଗୌଡ଼(୮୦) ଏବଂ କନ୍ଧ ସାହୁ (୮୦)ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ବେସରକାରୀ ହିସାବରେ ୬୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି ।
ଶୁକ୍ରବାର ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଡା. ହରମୋହନ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ବେଲଗୁଣ୍ଠା ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡା. ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ଡା. ସରିତା ବେହେରା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାସହ ବିଭିନ୍ନ ସ୍ଥାନରୁ ପିଇବା ପାଣି ନମୁନା ସଂଗ୍ରହ କରିଥିଲେ । ତେବେ ପରିସ୍ଥିତି ଆଗକୁ ଯେଭଳି ନ ବଢ଼ିବ ସେଥିପାଇଁ ଏକ ଡାକ୍ତରୀ ଟିମ୍ ଶନିବାର ଠାରୁ କ୍ୟାମ୍ପ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିଡିଏମଓଙ୍କ କାର୍ଯ୍ୟାଳୟରୁ ଆସିଥିବା ଡା. ପଣ୍ଡା କହିଛନ୍ତି । ଏହାସହ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଆଗକୁ ଯେପରି ଝାଡ଼ାବାନ୍ତି ବ୍ୟାପକ ନ ହେବ ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡା. ଷଡ଼ଙ୍ଗୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking