13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ: ଧସିଲା ପାହାଡ, ମାଡିଲା ପାଣି

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ: ଧସିଲା ପାହାଡ, ମାଡିଲା ପାଣି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା ହୋଇଛି । ମଙ୍ଗଳବାର ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଗାଁରେ ପାହାଡିଆ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁଁ ଭୁସ୍ଖଳନ ହୋଇଛି । ପ୍ରକୃତି ତାର କରାଳ ରୁପ ଦେଖାଇଛି । ଭିଡିଓରେ ଦେଖିବାକୁ ମିଳୁଛି , ୩୦ ସେକେଣ୍ଡରେ କିଭଳି ଘରଗୁଡିକ ଭାସି ଯାଉଛି ।ବାଦଲଫଟା ବର୍ଷା ଓ ଭୁସ୍ଖଳନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେଠାକାର ସମଗ୍ର ଗାଁ ପ୍ରଭାବିତ ହୋଇଛି । ବନ୍ୟା ପାଣିର ସ୍ରୋତରେ ଘର, ଦୋକାନ, ହୋଟେଲ ଗୁଡିକ ଭାସିଯାଇଥିବା ଦେଖାଯାଉଛି । ବାଦଲଫଟା ବର୍ଷା ଯୋଗୁଁ ଏଭଳି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ୫୦ରୁ ୬୦ ଜଣ ନିଖୋଜ ଥିବା ବେଳେ ଅନ୍ୟ କେତେ ଜଣ ଶ୍ରମିକ ମାଟି ଅତଡା ତଳେ ଚାପି ହୋଇ ରହିଯାଇଥିବା ସୂଚନା ମିଳିଛି । ତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ଏଭଳି ପରିସ୍ଥିତିରେ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟରେ NDRF-SDRF ନିୟୋଜିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking