16.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଉତ୍ତରପୂର୍ବ ରାଜ୍ୟରେ ପ୍ରକୃତିର ତାଣ୍ଡବ

ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତିର ତାଣ୍ଡବ

ଗାଙ୍ଗଟକ୍‌: ମୌସୁମୀ ଆଗମନର ପ୍ରାରମ୍ଭିକ ପର୍ଯ୍ୟାୟ ଅନେକ ଲୋକଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇଛି। ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ ଆଦି ରାଜ୍ୟରେ ବର୍ଷା ବିତ୍ପାତ ଲୋକଙ୍କୁ ଅତିଷ୍ଠ କରିଥିବା ବେଳେ ଏବେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲଗାଣ ବର୍ଷା ଭୂସ୍ଖଳନ ଭଳି ବିତ୍ପତ୍ତି ଆଣିଛି। ଦିନରାତି ପ୍ରବଳ ବର୍ଷା ଯୋଗୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ନଦୀ ଏବଂ ଝରଣାଗୁଡ଼ିକ ଉଛୁଳିଛି। ଅନେକ ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନଜନିତ ପରିସ୍ଥିତି ଯୋଗୁ ୩୭ରୁ ଅଧିକ ପ୍ରାଣ ହରାଇଛନ୍ତି ଏବଂ ଯେତେବେଳେ ୭୮ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସମୟରେ, ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଭୂସ୍ଖଳନର ଏକ ସିରିଜ ମଧ୍ୟ ଆରମ୍ଭ ହୋଇଛି।

ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏବେ ଏପ୍ରକାର ପାଣିପାଗ ପରିବର୍ତ୍ତନ ଯୋଗୁ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି। ସେମାନଙ୍କ ସହ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ଏବେ ଉଦ୍ଧାର ପ୍ରକ୍ରିୟା ଜୋରସୋରରେ ଜାରି ରହିଛି। ଉତ୍ତର ସିକିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ବହୁତ ଖରାପ ହୋଇଯାଇଛି। ଲୋଚେନ ଏବଂ ଲାଚୁଙ୍ଗ ଅଞ୍ଚଳରେ ପ୍ରାୟ ୧୫୦୦ ପର୍ଯ୍ୟଟକ ଫସି ରହିଛନ୍ତି। ମାଙ୍ଗାନ ଜିଲାର ଏସପି ସୋନମ ଡେଚୁ ଭୂତିଆ କହିଛନ୍ତି ଯେ ଲାଚେନରେ ୧୧୫ ଏବଂ ଲାଚୁଙ୍ଗରେ ୧୩୫୦ ପର୍ଯ୍ୟଟକ ରହିଛନ୍ତି। ଭୂସ୍ଖଳନ ଯୋଗୁ ଉଭୟ ପାର୍ଶ୍ୱରୁ ରାସ୍ତା ବନ୍ଦ ରହିଛି।

ଲଗାଣା ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ଆଦି ସିକ୍କିମ୍ ସହ ଆସାମ୍‌, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମିଜୋରାମ୍ ଆଦି ରାଜ୍ୟରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡିଛି। ଏସବୁ ରାଜ୍ୟରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଆହୁରି ଲଗାଣ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି। ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଏବେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ନିୟମିତ ବ୍ୟବଧାନରେ ଆଲୋଚନା କରୁଥିବା ଏବଂ ପରିସ୍ଥିତି ସମ୍ପର୍କରେ ପଚାରି ବୁଝୁଥିବା ଜଣାପଡିଛି। ସେହିପରି ଉଦ୍ଧାରକାରୀ ଦଳ ଏବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଏବଂ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଦିଗରେ ଦିନରାତି ପରିଶ୍ରମ କରୁଛନ୍ତି। ରିଲିଫ୍ ସାମଗ୍ରୀ ସାଙ୍ଗକୁ ସ୍ୱାସ୍ଥ୍ୟସେବା ପ୍ରଭାବିତ ଲୋକଙ୍କ ପର୍ଯ୍ୟନ୍ତ ସୁରୁଖୁରୁରେ ପହଞ୍ôଚବା ଉପରେ ସ୍ଥାନୀୟ ପ୍ରଶାସନ ଜୋର ଦେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking