29.1 C
Bhubaneswar
Tuesday, February 10, 2026
Homeଅପରାଧଦେଶୀ ବନ୍ଧୁକ ଜବତ: ଡକାୟତ ଗିରଫ

ଦେଶୀ ବନ୍ଧୁକ ଜବତ: ଡକାୟତ ଗିରଫ

ରାଉରକେଲା: ରାଉରକେଲାରେ ଅପରାଧିକ କାର୍ଯ୍ୟକଳାପ ବହୁମାତ୍ରାରେ ବଢ଼ିବାରେ ଲାଗିଛି। ନିୟମିତ ବ୍ୟବଧାନରେ ଚୋରି, ଲୁଟ୍‌ ହେଉଛି। ଅବଶ୍ୟ ରାଉରକେଲା ପୁଲିସ ପକ୍ଷରୁ ଧରପଗଡ଼କୁ ବ୍ୟାପକ କରାଯାଇଛି। ରାଉରକେଲାରେ ୭ ଡକାୟତ ଗିରଫ ହୋଇଥିବା ବେଳେ ଡକାୟତ ଗ୍ୟାଙ୍ଗ୍‌ ପାଖରୁ ଦେଶୀ ବନ୍ଧୁକ ଓ ଜୀବନ୍ତ ବୋମା ଉଦ୍ଧାର ହେଉଛି। ରଘୁନାଥପାଲି ଥାନା  ଅଞ୍ଚଳରେ ରବିବାର-ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା। ‌ସ୍ଥାନୀୟ ଚୋରାଟୋଲାରେ ୪ ଜଣ ଡକାୟତି ତରକେରା ପେଟ୍ରୋଲ ପମ୍ପ୍‌ ପାଚେରୀ ପାଖରେ ଡକାୟତି ପାଇଁ ଯୋଜନା କରୁଥିଲେ। ସେମାନଙ୍କ ପାଖରେ ଗୋଟିଏ ଦେଶୀ ପସ୍ତଲ ସମେତ ୨ଟି ଜୀବନ୍ତ ବୋମା, ଗୋଟିଏ ଖଣ୍ଡା, ଗୋଟିଏ ଛୁରୀ, ଗୋଟି ଟର୍ଚ୍ଚ‌୍ ଲାଇଟ୍‌ ରହିଥିଲା। ସେମାନେ ରାଉରକେଲା ସହରରେ ଡକାୟତି ପାଇଁ ସବୁ ଯୋଜନା କରି ବାହାରୁଥିଲେ। ସେମାନେ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ରଘୁନାଥପାଲି ପୁଲିସର ନଜରରେ ପଡ଼ିଯାଇଥିଲେ। ପରେ ପୁଲିସ ସେମାନଙ୍କୁ ଯୋଜନାବଦ୍ଧଭାବେ ଚଢ଼ଉ କରିଥିଲେ। ତେବେ ତିନିଜଣ ଅଭିଯୁକ୍ତଙ୍କୁ କାବୁ କରିନେଇଥିବାବେଳେ ଅନ୍ୟ ୪ ଜଣ କିନ୍ତୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତଙ୍କ ପାଖରୁ ସମସ୍ତ ମାରଣାସ୍ତ୍ର ଜବତ ହୋଇଛି। ଏହି ଡକାୟତ ଗ୍ୟାଙ୍ଗ୍‌ ନାଁରେ ଏକାଧିକ ମାମଲା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking