25.1 C
Bhubaneswar
Tuesday, March 17, 2026
Homeଓଡିଶାଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଜାତୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଉଦ୍‌ଯାପିତ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଜାତୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ହେଉଥିବା ଜାତୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି। ଆଜିର ଉଦ୍‌ଯାପନୀ ସମାରୋହରେ ବିଶିଷ୍ଟ ବଂଶୀ ବାଦକ ତଥା ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ଼. ଜବାହର ମିଶ୍ର, ନାଟ୍ୟକାର ଗୁରୁ ଶ୍ରୀ ନବୀନ କୁମାର ପରିଡ଼ା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଗୁରୁ ଡ଼. ଜବାହର ମିଶ୍ର ବଂଶୀର ଉତ୍ପତି, ଗଠନ ଶୈଳୀ ଓ ବଂଶୀ ବାଦନ ଶୈଳୀ ଉପରେ ଆଲୋକପାତ କରିଥିଲେ। ଗୁରୁ ଶ୍ରୀ ନବୀନ କୁମାର ପରିଡ଼ା ନାଟକ ପରିବେଷଣ ଶୈଳୀ, ଅଭିନୟର ପ୍ରକାର ଭେଦ ଉପରେ ଆଲୋଚନା କରିବା ସହ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ନାଟକ ପରିବେଷଣ କରିବାର କଳା ଓ କୌଶଳ ସମ୍ବନ୍ଧରେ ଉପଦେଶ ପ୍ରଦାନ କରିଥିଲେ।

ପ୍ରକାଶଯୋଗ୍ୟ ଯେ, ଜାନୁଆରୀ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶୀ କଣ୍ଠ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ, ଛଉ ନୃତ୍ୟ, ବଂଶୀ ବାଦନ, ନାଟକ ପରିବେଷଣ ଆଦି ବିଷୟ ବସ୍ତୁ ଉପରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଚାରିଦିନ ଧରି ଆୟୋଜିତ ହୋଇଥିବା ଏହି ଆଲୋଚନା ଚକ୍ରରେ ପ୍ରଫେସର ରାମହରି ଦାସ, ପଣ୍ଡିତ ପରିମଳ ଚକ୍ରବର୍ତ୍ତୀ, ଗୁରୁ ଡ଼. ଚିତ୍ତରଞ୍ଜନ ପାଣୀ, ଗୁରୁ ଡ଼. ଦିବ୍ୟ ଦର୍ଶନ ବିଶ୍ୱାଳ, ପଣ୍ଡିତ ଅସୀମ ଚୌଧୁରୀ, ଗୁରୁ ଶ୍ରୀ ବିଚିତ୍ରା ନନ୍ଦ ସ୍ୱାଇଁ, ଗୁରୁ ଶ୍ରୀ ଲୋକନାଥ ଦାସ, ଗୁରୁ ଡ଼. ଜଗନ୍ନାଥ କୁଅଁର ପ୍ରମୁଖ ଯୋଗଦେଇଥିଲେ। ଏହି ଜାତୀୟ ସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା ବିକାଶରେ ସହାୟକ ହେବା ସହ ସେମାନଙ୍କୁ କଳା ଓ ସଂସ୍କୃତି ଦିଗରେ ଉଚ୍ଚକୋଟୀର ଗବେଷଣା କରିବା ନିମନ୍ତେ ପ୍ରୋତ୍ସାହିତ କରିବ ବୋଲି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟ କୁମାର ଜେନା ମତପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking