26.1 C
Bhubaneswar
Wednesday, February 11, 2026
Homeଓଡିଶାଜାତିୟ ଜୁନିଅର ବ୍ୟାଡମିନ୍ଟନ ଚମ୍ପିଅନସିପ ଉଦଯାପିତ

ଜାତିୟ ଜୁନିଅର ବ୍ୟାଡମିନ୍ଟନ ଚମ୍ପିଅନସିପ ଉଦଯାପିତ

*ପ୍ରକ୍ରିତି ଭାରତ ବାଳିକା ସିଙ୍ଗଲ ଚମ୍ପିୟାନ…

*ପ୍ରଣୟ ସେଟ୍ଟିଗାର ବାଳକ ଚାମ୍ପିୟନ

*ବିଶାଖା ଟପ୍ପୋ – ଲାଲରାମ ସାଙ୍ଗା ମିକ୍ସଡ଼ ଡବଲସ ଚାମ୍ପିୟନ

*ବlକକ ଡବଲସ ରେ ଅର୍ଶ ମୋହମ୍ମଦ ଓ ସଂସ୍କାର ସାରସ୍ୱତ ଏବଂ ବାଳିକା ଡବଲସରେ ଲାଲ ରେମ୍ପୁଇ ତନୁ ଚନ୍ଦ୍ରା ଚାମ୍ପିୟନ….

ଭୁବନେଶ୍ୱର, : ୧୯ ତାରିଖ ରୁ ଭୁବନେଶ୍ୱର ନିଳାଦ୍ରୀ ବିହାର ବିଜୁ ପଟ୍ଟନାୟକ ବହୁମୁଖି ଇନ୍‌ଡୋର ଷ୍ଟଡିୟମ ଠାରେ ଚାଲିଥିବା ୟନେକ୍ସ ସନରାଇଜ ୪୭ତମ ଜାତୀୟ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଯାପିତ ହୋଇଯାଇଅଛି l
47ତମ ଜାତୀୟ ଜୁନିଅର ଚାମ୍ପିୟନସିପ ର ପ୍ରଥମ ଫାଇନାଲ ମିଶ୍ରିତ ଯୁଗଳ ରୁ ଆରମ୍ଭ ହୋଇଥିଲା, ଏହି ଖେଳ ରେ ଓଡିଶା-ମିଜୋରାମ ଯୋଡି ବିଶାଖା ଟପ୍ପୋ ଓ ଲାଲ ରାମ ସlଙ୍ଗା ତାଙ୍କ ପ୍ରତିଦ୍ବନ୍ଦୀ ଆନ୍ଧ୍ର -ତେଲେଙ୍ଗାନା ଯୋଡି ଭାର୍ଗବ ରାମ ଓ କ. ଭେନେଲା ଙ୍କୁ 21-16,10-21 ଓ 21-18 ପଏଣ୍ଟ ରେ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି l
ସଂଘର୍ଷ ପୂର୍ଣ୍ଣ ବାଳିକା ସିଙ୍ଗଲସ ରେ ତାମିଲନାଡୁ ର ପ୍ରକ୍ରିତି ଭାରତ ମହାରାଷ୍ଟ୍ର ର ଅଲିଶା ନାଏକ ଙ୍କୁ 18-21,21-8,21-8 ପଏଣ୍ଟ ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି l
ବାଳକ ସିଙ୍ଗଲ ରେ ମହାରାଷ୍ଟ୍ର ର ପ୍ରଣୟ ସେଟ୍ଟିଗାର କର୍ଣ୍ଣାଟକ ର ତୁଷାର ସୁବୀର ଙ୍କୁ 21-17,21-12 ପଏଣ୍ଟ ରେପରାସ୍ତ କରି ଚମ୍ପିୟାନ ହୋଇଛନ୍ତି l
ବାଳିକା ଡବଲସ ରେ ମିଜୋରାମ -ଛତିଶଗଡ ଯୋଡି ଲାଲ ରେମ୍ପୁଇ ଓ ତନୁ ଚନ୍ଦ୍ରା ଆନ୍ଧ୍ର -ମହାରାଷ୍ଟ୍ର ଯୋଡି ଦୁର୍ଗା ଇସା କନ୍ଦରପୁ ଓ ତାରିଣୀ ସୁରି ଙ୍କୁ 23-21,21-15 ପଏଣ୍ଟ ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି l
ବାଳକ ଡବଲସ ଫାଇନାଲ ରେ ଉତ୍ତର ପ୍ରଦେଶ ରାଜସ୍ତାନ ଯୋଡି ଅର୍ଶ ମୋହମ୍ମଦ ଓ ସଂସ୍କାର ସାରସ୍ୱତ ପାଣ୍ଡିଚେରୀ ତାମିଲନାଡୁ ଯୋଡି ମିଥିଲେସ ପି. କ୍ରିଷ୍ଣନ ଓ ଅରୁଲ ମୁରୁଗାନ ଙ୍କୁ 21-16,21-19 ପଏଣ୍ଟ ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି l

ଆଜି ଓସବା କାର୍ଯ୍ୟକାରିଣୀ ସଦସ୍ୟ ସୁରୁଲାଲ ମଟlରି ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣ ମୁଖ୍ୟଅତିଥି ଭାବେ ଓସବା ସଭାପତି ରାଜେଶ ପ୍ରଭାକର ପାଟିଲ, ସାମ୍ନାନୀତ ଅତିଥିଭାବେ ପର୍ଯ୍ୟବେଖକ ତଥା ପାରା ବେଡ଼ମୀଣ୍ଟନ ଅଧକ୍ଷ କେ. ପ୍ରଭାକର ରାଓ, ଉପସଭାପତି ମନୋରଞ୍ଜନ ପଣ୍ଡା, ସମ୍ପାଦକ ନିଲିନ କୁମାର ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ, ମୁଖ୍ୟ ରେଫରୀ ଡି. ଦିନେଶ,କମଳ ଦାସ ପ୍ରମୁଖ ଯୋଗଦେଇ ଚାମ୍ପିୟନ ଓ ରନର୍ସ ଅପ ଖେଳାଳୀ ଙ୍କୁ ଟ୍ରଫି, ମେଡାଲ, ପ୍ରମାଣ ପତ୍ର ଓ ଅର୍ଥ ରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ l ଓଡିଶା ର ତନଭି ପତ୍ରି ଙ୍କୁ ଜାତୀୟ, ଆନ୍ତର୍ଜାତିୟ ପ୍ରତିଯୋଗୀତା ରେ ଅତିଉତ୍ତମ ପ୍ରଦର୍ଶନ ପାଈଁ ଓଡିଶା ରାଜ୍ୟ ବେଡ଼ମୀଣ୍ଟନ ସଙ୍ଘ ତରଫରୁ ରାଜ୍ୟ ସଭାପତି ରାଜେଶ ପ୍ରଭାକର ପାଟିଲ ଦୁଇ ଲକ୍ଷ୍ ଟଙ୍କା ର ଚେକ ପ୍ରଦାନ
କରିଥିଲେ….

୭ ଦିନ ଧରି ଚାଲିଥିବା ଏହି ଜାତୀୟ ଚାମ୍ପିୟନସିପ ର ସଫଳ ଆୟୋଜନ ରେ ଓସବା ସଦସ୍ୟ
ଶୁଭ୍ରାଂଶୁ ପଣ୍ଡା, ତାରାକାନ୍ତ ଦାସ, ସୌଭାଗ୍ୟ ଜଗଦେବ, ଅବଦୁଲ ହାକିମ, ଦିନେଶ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ll

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking