20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶମହାରାଷ୍ଟ୍ରରେ ଜାତୀୟ ଶିକ୍ଷା ନୀତି ଲାଗୁ; ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ

ମହାରାଷ୍ଟ୍ରରେ ଜାତୀୟ ଶିକ୍ଷା ନୀତି ଲାଗୁ; ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ

ମୁମ୍ବାଇ: ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାରେ ମରାଠୀ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା ଭାବରେ ଅନ୍ତର୍ଭୁକ୍ତ କରିବା ଏକ ପ୍ରମୁଖ ବୈଶିଷ୍ଟ୍ୟ ରହିଛି। ମହାରାଷ୍ଟ୍ର ଏସ୍‌ସିଇଆର୍‌ଟି ଏବଂ ବାଲଭାରତୀ ଦ୍ୱାରା ସ୍ଥାନୀୟ ପାଠ୍ୟକ୍ରମ ବିକାଶ ସହିତ ୫+୩+୩+୪ ମଡେଲ ଗ୍ରହଣ କରିବ। ମରାଠୀ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା ଭାବରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ମିଳିଛି। ଏତଦ୍‌ବ୍ୟତୀତ ରାଜ୍ୟ ସରକାର ୨୦୨୫ ସୁଦ୍ଧା ୮୦% ଶିକ୍ଷକଙ୍କୁ ନୂତନ ଶିକ୍ଷାଗତ ପଦ୍ଧତି ଏବଂ ଡିଜିଟାଲ ଉପକରଣରେ ତାଲିମ ଦେବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking