26.1 C
Bhubaneswar
Thursday, September 19, 2024
Homeଖେଳଜାତୀୟ ଆକ୍ୱାଟିକ୍ ଚାମ୍ପିଅନ୍‌ଶିପ୍ ୨୦୨୪; ୪୦୦ ମିଟରରେ ୧୩ ବର୍ଷର ରେକର୍ଡ ଭାଙ୍ଗିଲେ ହଷିକା

ଜାତୀୟ ଆକ୍ୱାଟିକ୍ ଚାମ୍ପିଅନ୍‌ଶିପ୍ ୨୦୨୪; ୪୦୦ ମିଟରରେ ୧୩ ବର୍ଷର ରେକର୍ଡ ଭାଙ୍ଗିଲେ ହଷିକା

ମାଙ୍ଗାଲୁରୁ : ସ୍ଥାନୀୟ ୟେମେକେରେ ଅନ୍ତର୍ଜାତୀୟ ଆକ୍ୱାଟିକ୍ କମ୍ପେ୍ଲକ୍ସରେ ଆରମ୍ଭ ହୋଇଥିବା ୭୭ତମ ସିନିୟର୍ ନାସ୍‌ନାଲ୍ ଆକ୍ୱାଟିକ୍ ଚାମ୍ପିଅନ୍‌ଶିପ୍ ୨୦୨୪ର ପ୍ରଥମ ଦିନରେ ବୁଧବାର ହଷିକା ରାମଚନ୍ଦ୍ର ମହିଳା ୪୦୦ ମିଟର ଫ୍ରିଷ୍ଟାଇଲ୍ ଇଭେଣ୍ଟ୍‌ରେ ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି। କର୍ଣ୍ଣାଟକ ସୁଇମର୍ ୪:୨୪.୭୦ ସମୟ ନେଇ ଝାଡ଼ଖଣ୍ଡର ରିଚା ମିଶ୍ର (୪:୨୫.୭୬)ଙ୍କ ୧୩ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ପୁରୁଷ ୪୦୦ ମିଟରରେ କର୍ଣ୍ଣାଟକ ଅନୀଶ ଏସ୍ ଗୌଡ଼ ୩:୫୬.୫୯ ସମୟ ସହ ପ୍ରଥମ ଏବଂ ଦର୍ଶନ ଏସ୍ (୪:୦୧.୩୯) ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ପୁରୁଷ ୨୦୦ମି. ବ୍ରେଷ୍ଟଷ୍ଟ୍ରୋକ୍‌ରେ ତାମିଲନାଡ଼ୁର ଧନୁଷ ସୁରେଶ ୨:୧୮.୮୫ କର୍ଣ୍ଣାଟକର ମଣିକାନ୍ତ ଏଲ୍‌’ (୨:୨୦.୬୬)ଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛନ୍ତି। କର୍ଣ୍ଣାଟକର ଥାନ୍ୟା ଶଦାକ୍ଷରୀ ୨:୪୦.୫୪ ସହ ମହିଳା ୨୦୦ ମି. ବ୍ରେଷ୍ଟଷ୍ଟ୍ରୋକ୍‌ରେ ପ୍ରଥମ ଏବଂ ମହାରାଷ୍ଟ୍ରରୁ ଜ୍ୟୋତି ବାଜିରାଓ ପାଟିଲ୍ (୨:୪୨.୦୧) ଦ୍ୱିତୀୟ ହୋଇଛନ୍ତି।
ମହିଳା ୪ ଗୁଣନ ୨୦୦ ମି. ଫ୍ରିଷ୍ଟାଇଲ୍ ରିଲେରେ କର୍ଣ୍ଣାଟକର ଶିରିନ୍‌, ଶାଳିନୀ ଆର୍ ଦିକ୍ଷୀତ, ନାଇଶା ଏବଂ ହଷିକା ରାମଚନ୍ଦ୍ର ୮:୫୪.୮୫ ସେକେଣ୍ଡ ସମୟ ସହ ପ୍ରଥମ ହୋଇଥିବା ବେଳେ ପୁରୁଷ ବିଭାଗରେ କର୍ଣ୍ଣାଟକର ଅନୀଶ ଏସ୍ ଗୌଡ଼ା, ଧର୍ଶନ ଏସ୍‌, କାର୍ତ୍ତିକେୟନ୍ ନାୟର୍ ଏବଂ ଧକ୍ଷନ ଏସ୍ ୭:୪୨.୯୦ ସମୟ ସହ ପ୍ରଥମ ହୋଇଛନ୍ତି। ଓଡ଼ିଶାର ସୋନିଆ ପଟେଲ୍‌, ଦିବ୍ୟାଙ୍କା ଦିବ୍ୟଜ୍ୟୋତି ପ୍ରଧାନ, ପ୍ରତ୍ୟାଶା ରାୟ ଏବଂ ଶ୍ରୁଷ୍ଟି ଉପାଧ୍ୟାୟଙ୍କ ଟିମ୍ ୯:୦୩.୫୩ ସମୟ ମହ ମହିଳା ୪ ଗୁଣନ ୨୦୦ ମିଟର ଫ୍ରିଷ୍ଟାଇଲ୍ ରିଲେରେ ତୃତୀୟ ସ୍ଥାନ ହାସଲ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking