ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ମହାକାଶ ଗବେଷଣା କ୍ଷେତ୍ରରେ ମଜବୁତ କରିବା ପାଇଁ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବଂ ନାସା ଦ୍ୱାରା ମିଳିତ ଉଦ୍ୟମରେ ସାଟେଲାଇଟ ‘ନିସାର’ ଆଜି ଉତକ୍ଷେପଣ କରାଯିବ ।’ନିସାର’ ଉପଗ୍ରହକୁ ଆଜି ସନ୍ଧ୍ୟା ୫:୪୦ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ GSLV-S16 ରକେଟ୍ ମାଧ୍ୟମରେ ମହାକାଶକୁ ପଠାଯିବ। ଏହି ଉପଗ୍ରହର ଓଜନ ୨,୩୯୩ କିଲୋଗ୍ରାମ ଏବଂ GSLV-S16 ରକେଟ୍ ର ଉଚ୍ଚତା ୫୧.୭ ମିଟର। ଚେନ୍ନାଇରୁ ପ୍ରାୟ ୧୩୫ କିଲୋମିଟର ପୂର୍ବରେ ଅବସ୍ଥିତ ଦ୍ୱିତୀୟ ଲଞ୍ଚ ପ୍ୟାଡ୍ ରୁ ଏହି ଉତକ୍ଷେପଣ କରାଯିବ। ଇସ୍ରୋ କହିବା ଅନୁଯାୟୀ, ଲଞ୍ଚ ପାଇଁ କାଉଣ୍ଟଡାଉନ୍ ୨୯ ଜୁଲାଇ ଦିନ ୨:୧୦ ରେ ଆରମ୍ଭ ହୋଇଥିଲା।
ଏହି ଉପଗ୍ରହ ଯେକୌଣସି ପାଣିପାଗରେ ଦିନ ରାତି 24 ଘଣ୍ଟା ପୃଥିବୀର ଫଟୋ ଉଠାଇବାକୁ ସକ୍ଷମ। ଏହା ଭୂସ୍ଖଳନ ଚିହ୍ନଟ କରିବା, ବିପର୍ଯ୍ୟୟ ପରିଚାଳନାରେ ସହାୟତା କରିବା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ସହିତ, ଏହା ହିମାଳୟ ଏବଂ ଆଣ୍ଟାର୍କଟିକା ଭଳି ଅଞ୍ଚଳରେ ଜଙ୍ଗଲ, ପର୍ବତ ପରିସ୍ଥିତି, ହିମବାହ ଗତି ଏବଂ ଋତୁ ପରିବର୍ତ୍ତନର ଅଧ୍ୟୟନ କରିପାରିବ ।









