30.1 C
Bhubaneswar
Friday, March 20, 2026
Homeଦେଶ ବିଦେଶବ୍ରିକ୍ସ ଶିଖର ସମ୍ମିଳନୀରେ ନରେନ୍ଦ୍ର ମୋଦୀ

ବ୍ରିକ୍ସ ଶିଖର ସମ୍ମିଳନୀରେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଳୀ: ରୁଷ୍‌‌ରେ ଚାଲିଥିବା ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ। କାଜାନ ସହରର ଶିଖର ସମ୍ମିଳନୀରେ ଦୁଇ ନେତା ପହଞ୍ଚି ସାରିଛନ୍ତି। ପାଞ୍ଚ ବର୍ଷ ମଧ୍ୟରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ‌ବୈଠକ। ରୁଷର୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଆୟୋଜିତ ଏକ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସି ଜିନପିଙ୍ଗ ଏକ ଆନୁଷ୍ଠାନିକ ରାତ୍ରୀ ଭୋଜନରେ ସାକ୍ଷାତ କରିଥିଲେ । କାଜାନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବୈଦେଶିକ ସଚିବ ବିକ୍ରମ ମିଶ୍ରି ନିଶ୍ଚିତ କରିଛନ୍ତି ଯେ ଦୁଇ ଦିନିଆ ଶିଖର ସମ୍ମିଳନୀରେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ଏବଂ ଚୀନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking