ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଯୁବକ ନିଖୋଜ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ ଅଗ୍ନିଶମ ବିଭାଗର ଦୁଇଟି ଟିମ । ଦୁଇ ଜଣ ସ୍କୁବାଡାଇଭର ମଧ୍ୟ ନିୟୋଜିତ ହୋଇଥିଲେ । ଯୁବକ ନମିଳିବା ଯାଏଁ ମହାପ୍ରଭୁଙ୍କ ଚାପଖେଳ ହେବ ନାହିଁ ବୋଲି ସୂଚନା ରହିଥିଲା । ଦୀର୍ଘ ସମୟର ଖୋଜାଖୋଜି ପରେ ପୁଷ୍କରିଣୀରେ ବୁଡିଥିବା ଯୁବକକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ । ପ୍ରାୟ ଏକ ଘଣ୍ଟା ଧରି ବୁଡି ରହିଥିଲେ ଯୁବକ । ଉଦ୍ଧାର କରାଯିବା ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ କି ଡାକ୍ତର ମୃତ ଘୋଷଣା କରିଥିଲେ।