ଭୁବନେଶ୍ୱର :• ଲୋକସେବା ଭବନରେ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ ସାନିଟାରୀ ନାପକିନ୍ ଡିସପୋଜେବଲ ମେସିନ୍ ସ୍ଥାପନକୁ ଉଦ୍ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।
• ମହିଳା ଶୌଚାଳୟ କମ୍ପ୍ଲେକ୍ସ ଏବଂ ଲେଡିଜ୍ କମନ୍ ରୁମ୍ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ମେସିନ୍ ଲଗାଯାଇଛି ।
• ମହିଳାମାନଙ୍କ ପାଇଁ ସ୍ୱଚ୍ଛତା, ଅଧିକ ସମାବେଶୀ ଏବଂ ସହାୟକ କର୍ମକ୍ଷେତ୍ର ସୃଷ୍ଟି ଦିଗରେ ଏହା ଏକ ପ୍ରଗତିଶୀଳ ପଦକ୍ଷେପ ।
• ଅଭିଯୋଗ ସମାଧାନ ପାଇଁ ପରିସରକୁ ଆସୁଥିବା ମହିଳାଙ୍କ ସୁବିଧାକୁ ସୁନିଶ୍ଚିତ କରିବ ।
• ଖୁବ୍ ଶୀଘ୍ର ସଚିବାଳୟ ବିଲ୍ଡିଂର ସମସ୍ତ ମହିଳା ଶୌଚାଳୟରେ ଏହି ସୁବିଧା ଉପଲବ୍ଧ ହେବ ।
• ଏଥି ସହ ଲୋକସେବା ଭବନ ପରିସରରେ ଛୋଟ ପିଲାମାନଙ୍କ ପାଇଁ ଥିବା କ୍ରେଚ୍ ପରିଦର୍ଶନ କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ।
• ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଶୁଭା ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।