ଝାରସୁଗୁଡା : ନବ ଦାସ ହତ୍ୟା ପ୍ରସଙ୍ଗରେ ନବଙ୍କ ରକ୍ତ ଭିଜା ସାର୍ଟକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ନବଙ୍କ ସାର୍ଟ ପୋଡିଦିଆଯାଇଥିବା ସୂଚନା ମିଳିଛି । କୋଭିଡ ପ୍ରୋଟୋକଲ ସାର୍ଟ ଓ ପ୍ୟାଣ୍ଟ ପୋଡି ଦିଆଯାଇଛି କ୍ରାଇମବ୍ରାଞ୍ଚପକ୍ଷରୁ ସାର୍ଟ ପୋଡି ଦିଆଯାଇଥିବା ସୂଚନା ମିଳିଛି । ସାର୍ଟ ପୋଡିଥିବା ନେଇ ହସ୍ପିଟାଲ କର୍ତ୍ତୁପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି । ହସ୍ପିଟାସ କର୍ତ୍ତୁପକ୍ଷଙ୍କ ବୟାନ ରେକର୍ଡ କୋର୍ଟରେ ଦାଖଲ କରାଯାଇଛି । କାହା ଅନୁମତିରେ ହସ୍ପିଟାଲ କର୍ତ୍ତୁପକ୍ଷ ସାର୍ଟ ପୋଡିଲେ ଏହାକୁ ନେଇ ପ୍ରଶ୍ନ ଉଠୁଛି ।