29.1 C
Bhubaneswar
Monday, February 2, 2026
Homeଓଡିଶାମା’ ମାଣିକେଶ୍ୱରୀଙ୍କ ପାଖେ ଲାଗି ହେଲା ନବାନ୍ନ

ମା’ ମାଣିକେଶ୍ୱରୀଙ୍କ ପାଖେ ଲାଗି ହେଲା ନବାନ୍ନ

ଭବାନୀପାଟଣା : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପାଖରେ ଆଜି ନବାନ୍ନ ଲାଗି ହୋଇଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର, ମଦନପୁର ରାମପୁର, ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଜୟପାଟଣା ସମେତ ଗଡ଼ଜାତ ଅଞ୍ଚଳରେ ଆଜି ନୂଆଁଖାଇ ଅନୁଷ୍ଠିତ ହେଉଛି। ଭବାନୀପାଟଣା ରାଜବାଟି ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଭାଦ୍ରବ ଶୁକ୍ଳପକ୍ଷ ସକାଳ ୮ଟା ୨୫ ରୁ ସକାଳ ୯ଟା୧୫ମିନିଟ ମଧ୍ୟରେ ଭବାନୀପାଟଣା ମା ମାଣିକେଶ୍ୱରୀ ପୀଠ ରେ ନବାନ୍ନ ଭୋଗ ଲାଗିବା ପାଇଁ ସ୍ଥିର ହୋଇଥିଲା ଏବଂ କଳାହାଣ୍ଡିବାସୀ କିଛି ଅଞ୍ଚଳରେ ନୂଆ ଖାଇ ସାରିଥିବା ବେଳେ ଏଥିପାଇଁ ଗଡ଼ଜାତ ଅଞ୍ଚଳରେ ନୂଆଖାଇ ପାଇଁ ପ୍ରସ୍ତୁତି ହୋଇଛି। କୃଷି ସହ ଜଡ଼ିତ ଥିବାରୁ ଚାଷୀ ମଧ୍ୟ ବେଶ ଉତ୍ସାହିତ। ଚାଷୀଟିଏ ଏହି ଦିନ ନିଜ ଜମିରେ ପୂଜା କରିବା ପରମ୍ପରା ରହିଛି। ପିଲାଠୁ ବୟସ୍କ ସମସ୍ତେ ନୂଆ ପୋଷାକ କିଣିବାରେ ଲାଗିଛନ୍ତି। ଏଥିପାଇଁ ଭବାନୀପାଟଣା ସହରର କପଡ଼ା ଦେକାନମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସକାଳ ୮ଟା ୨୦ରୁ ୯ଟା ୪୦ ମଧ୍ୟରେ ନବାନ୍ନ ଲାଗି ହେବ। ନବାନ୍ନ ଲାଗି ପରେ ଦିନ ୧୨ଟା ଭିତରେ ନୂଆ ଖାଇବେ ଲୋକେ। ଏନେଇ ମାଣିକେଶ୍ୱରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking