ଭୁବନେଶ୍ୱର: ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ପୁଲିସର ପଚରାଉଚରା ଜାରି । ନବ ଦାସଙ୍କ ଘରର କର୍ମଚାରୀ ମନୁ ପ୍ରସାଦଙ୍କୁ ପଚରାଉଚରା କରିଛି ପୁଲିସ । ପୂର୍ବରୁ ନବ ଦାସଙ୍କ ଘରର ଗେଟ୍କିପର ହେମ ସାଗର ନାୟକଙ୍କୁ ପଚରାଉଚରା କରିଥିଲା ଝାରସୁଗୁଡ଼ା ପୁଲିସ ।୨୦୨୨ ଏପ୍ରିଲ ୧୭ ତାରିଖରେ ଲଳିତଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହାରି ଭିତରେ ପାଖାପାଖି ତିନି ବର୍ଷ ବିତିଯାଇଥିଲେ ବି ଲଳିତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ସେ ନେଇ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏହାରି ଭିତରେ ପୁଅ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ପରିବାର ।










