ଭୁବନେଶ୍ୱର : ମୋ ବସର ନାଁ ପରିବର୍ତ୍ତନ ହୋଇ ହେବ ଆମ ବସ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଲେ ମୋ ବସ ଏକ ଅହଂକାରର ଶବ୍ଦ । ମୋହନ ସରକାର ଲୋକଙ୍କ ସରକାର , ଆମର କହିବା ଠିକ ହେବ । ଦୁର୍ଘଟଣା ରୋକିବାକୁ ଲାଗିବ ବସର ଆଗରେ ପଛରେ କ୍ୟାମେରା । ଡ୍ରାଇଭର ଆଲର୍ଟ ରହିବା ପାଇଁ ବସରେ ଆଡସ ମଧ୍ୟ ଲାଗିବ । ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ , ତାହେଲେ ସାଇରନ ବାଜିବ ।