29.1 C
Bhubaneswar
Sunday, February 15, 2026
Homeଓଡିଶାସ୍କୁଟିକୁ ଘୋଷାଡ଼ି ନେଲା ମୋ ବସ୍

ସ୍କୁଟିକୁ ଘୋଷାଡ଼ି ନେଲା ମୋ ବସ୍

ଭୁବନେଶ୍ୱର: ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା । ଦିନକ ତଳେ ଡିଏନ ରେଙ୍ଗାଲିଆ ନିକଟରେ ଦୁର୍ଘଟଣା ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣି ରାଜଧାନୀ ରାଜରାସ୍ତାରୁ ଆସିଛି ମୋ ବସ ବେପରୁଆ ଗାଡ଼ି ଚାଳନାର ଛାତି ଥରା ଦୃଶ୍ୟ । ଶହ ଶହ ଲୋକଙ୍କ ଭିଡରେ ଅମାନିଆ ମୋ ବସ ଚାଳକ ଓ ହଟାତ ରାସ୍ତା କଡର ଏକ ସ୍କୁଟିକୁ ଧକ୍କା ଦେଇ ଅଧ କିଲୋମିଟର ଘୋଷାଡ଼ି ନେଉଛି ମୋ ବସ । ଲୋକମାନେ ହୋ ହୋ ହେଉଛନ୍ତି, ହେଲେ ନଛୋଡ ବନ୍ଧା ମାତାଲ ଡ୍ରାଇଭର ଓ ଅଧ କିଲୋମିଟର ଧରି ସ୍କୁଟିକୁ ଭିଡ଼ିନେଲା ‘ମୋ ବସ’। ଆଉ ସେହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ଥିତି ଏବେ ଏମିତି ହୋଇଛି ଯେ ରାସ୍ତାରେ ମୋ ବସକୁ ଦେଖିଲେ ଲୋକେ ଛାନିଆ ହେଉଛନ୍ତି । ଶୁକ୍ରବାର ରାତିରେ ମଧ୍ୟ ଭୁବନେଶ୍ବର ପାତ୍ରପଡା ପାଖରେ ମୋ ବସ୍ ଘଟାଇଥିଲା ଦୁର୍ଘଟଣା। ସ୍କୁଟି ଚାଳକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାସହ ଅନ୍ୟ ୩ଜଣ ମଧ୍ୟ ବସ୍ ଧକ୍କାରେ ଆହତ ହୋଇଥିଲେ। ଏହାକୁ ନେଇ ଜନତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା। ବାରମ୍ବାର ମୋବସ୍ ଏଭଳି କାଣ୍ଡ ଘଟାଉଥିବାରୁ ତା ପାଖାପାଖି ବି ଯିବାକୁ ଡରିଲେଣି ଗାଡି ଚାଳକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking