27.1 C
Bhubaneswar
Tuesday, March 24, 2026
Homeଓଡିଶାବନ୍ଧା ହେଲେ ଏମ୍‌ଭିଆଇ : ଗାଡ଼ିରୁ ମିଳିଥିଲା ୧ଲକ୍ଷ ୩୨ହଜାର

ବନ୍ଧା ହେଲେ ଏମ୍‌ଭିଆଇ : ଗାଡ଼ିରୁ ମିଳିଥିଲା ୧ଲକ୍ଷ ୩୨ହଜାର

ଭୁବନେଶ୍ବର : ବନ୍ଧା ହେଲେ ଏମ୍‌ଭିଆଇ ବିଜୟ କୁମାର ବେହୁରିଆ । ଜବତ ଟଙ୍କାର ଦେଇପାରିଲେଣି ସନ୍ତୋଷଜନକ ଉତ୍ତର । ସୂଚନା ଅନୁଯାୟୀ ,ରାସ୍ତାରେ ବେଆଇନ ଭାବେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକୁ ମାଡ଼ି ବସୁଥିବା ଏମ୍‌ଭିଆଇଙ୍କୁ ଗତକାଲି ଭିଜିଲାନ୍‌ସ ଟିମ୍‌ ଅନୁରୂପ ଢଙ୍ଗରେ ମାଡ଼ିବସିଥିଲା ।ଅତର୍କିତ ଚଢ଼ଉରେ ଭିଜିଲାନ୍‌ସ ଜାଲରେ ପଡ଼ିଥିଲେ ନୂଆପଡ଼ା ଏମ୍‌ଭିଆଇ। ଗତକାଲି ସେ ନୂଆପଡ଼ାରୁ ଭୁବନେଶ୍ବର ଶୈଳଶ୍ରୀବିହାରସ୍ଥିତ ଘରକୁ ଆସୁଥିବାବେଳେ ବାଟରେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ମାଡ଼ିବସିଛି। ଘରୋଇ ଗାଡ଼ିରେ ଆସୁଥିବା ଶ୍ରୀ ବେହୁରିଆଙ୍କଠାରୁ ୧ଲକ୍ଷ ୩୨ ହଜାର ଟଙ୍କା ଜବତ କରାଯାଇଥିଲା । ତାଙ୍କୁ ଭିଜିଲାନ୍‌ସ କାର୍ଯ୍ୟାଳୟରେ ଅଟକ ରଖାଯାଇଥିଲା ଏବଂ ଜବତ ଟଙ୍କାକୁ ନେଇ ଖୋଳତାଡ଼ ଚାଲିଥିଲା । ସେହିଭଳି ସେ ଆୟ ବହୁର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ଆଧାରରେ ଆଜି ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି। ଶୈଳଶ୍ରୀବିହାରସ୍ଥିତ ଏକ ଫ୍ଲାଟ୍‌ ଓ ନୂଆପଡ଼ା କାର୍ଯ୍ୟାଳୟ ସମେତ ୫ଟି ଜାଗାରେ ଭିଜିଲାନ୍‌ସ ଟିମ୍‌ ଚଢ଼ଉ ଚଳାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking