22.1 C
Bhubaneswar
Monday, December 15, 2025
Homeଓଡିଶାରାଜ୍ୟ ସ୍ତରୀୟ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର"ପାଇଲେ ଶଙ୍ଖଚିଲାର ମୃତ୍ୟୁଞ୍ଜୟ ସାହୁ

ରାଜ୍ୟ ସ୍ତରୀୟ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”ପାଇଲେ ଶଙ୍ଖଚିଲାର ମୃତ୍ୟୁଞ୍ଜୟ ସାହୁ

ଯାଜପୁର : ରାଜ୍ୟ ସରକାରଙ୍କର ଶିକ୍ଷା କ୍ଷେତ୍ରରେ ଯେଉଁ ଏକ ଯୁଗାନ୍ତକାରୀ ଅଭିନବ ପ୍ରୟାସ ଆରମ୍ଭ କରାହୋଇଛି ସେହି “ରାଜ୍ୟସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ପୁରସ୍କାର”ପ୍ରକ୍ରିୟା ରେ ଯୋଡି ହୋଇ ଯାଜପୁର ଜିଲ୍ଲା କୋରାଇ ବ୍ଲକ ର ଶଙ୍ଖଚିଲା ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ର ଛାତ୍ର ମୃତ୍ୟୁଞ୍ଜୟ ସାହୁ ଅଞ୍ଚଳ ପାଇଁ ଗୌରବ ଆଣିବା ସହିତ ଯାଜପୁର ଜିଲ୍ଲା ରେ ପନ୍ଦର ଜଣ ଙ୍କ ମଧ୍ୟ ରୁ ସେକେଣ୍ଡ ଟପ୍ପର ହୋଇ ରାଜ୍ୟ ର ଲୋକସେବା ଭବନ ଭୁବନେଶ୍ବର ରୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ପୁରସ୍କୃତ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି ।ଏଠାରେ ସୂଚନା ଥାଉ କି ସରକାରଙ୍କର ଦଶମ ବୋର୍ଡ ପରୀକ୍ଷାରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟ ରେ ସାରା ରାଜ୍ୟରୁ ବିଭିନ୍ନ ବର୍ଗ ରୁ ବଛା ବଛା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ସ୍ବତନ୍ତ୍ର ଭାବେ ଚୟନ କରାଯାଇ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନାମରେ ପୁରସ୍କୃତ କରାଯାଇ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ସୃଷ୍ଟି କରି ସଂସ୍କାର ଆଣିବାର ଯୋଜନା କରାଯାଇଛି। ଏହି କ୍ରମରେ ଶ୍ରୀମାନ ମୃତ୍ୟୁଞ୍ଜୟ ସାହୁ ୫୬୩ ନମ୍ବର ରଖି ଗଣଶିକ୍ଷା ବିଭାଗ ତରଫରୁ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ସାର୍ଟିଫିକେଟ, ନଗଦ ପଚାଶ ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଛନ୍ତି।ସେ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ୨୦୨୩-୨୪ ଶିକ୍ଷା ବର୍ଷ ର ଦଶମ ବୋର୍ଡ ପରୀକ୍ଷାରେ ୫୬୩ ନମ୍ବର ରଖି ରାଜ୍ୟ ର ଏହି ମର୍ଯ୍ୟାଦାଜନକ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ତାଙ୍କୁ ବିଭିନ୍ନ କ୍ଷେତ୍ରରୁ ଶୁଭେଚ୍ଛା ର ସୁଅ ଛୁଟୁଛି।ସେ ଦୈନିକ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରୁଥିବା ବେଳେ ନିଜର ଏହି ସଫଳତାର ଶ୍ରେୟ ନିଜ ବାପା ମହେନ୍ଦ୍ର କୁମାର ସାହୁ ଓ ମାତା କମଳା ସାହୁ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି। ବିଦ୍ୟାଳୟର ଇ-ଲାଇବ୍ରେରୀ ଓ ନୂତନ ବିଜ୍ଞାନ ପ୍ରୟୋଗଶାଳା ସାଜିଥିଲା ତାଙ୍କ ପାଇଁ ଆଶାର କିରଣ। ଆଗାମୀଦିନରେ ସମାଜ ପାଇଁ ସେ ଜଣେ ଭଲ ମଣିଷ ହେବା ସହ ଆଇଆଇଟି ରେ ଇଞ୍ଜିନିୟରିଂ ପାଠ ପଢ଼ି ଜଣେ ଉଚ୍ଚକୋଟୀର ଇଞ୍ଜିନିୟର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking