31.1 C
Bhubaneswar
Wednesday, February 11, 2026
Homeଅପରାଧରେଲ ଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର

ରେଲ ଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର

କଟକ : ରେଲ ଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର। ଯୁବକଙ୍କୁ ହତ୍ୟା କରି ଗୋଡ଼କୁ ରଶିରେ ବାନ୍ଧି ରେଲ ଧାରଣାରେ ପିଙ୍ଗିଦେଲେ ଦୁର୍ବୃତ୍ତ। କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ନିର୍ଗୁଣ୍ଡ ରେଳ ଧାରଣା ନିକଟରୁ ଯୁବକଙ୍କୁ ମୃତଦେହ ମିଳିଛି। ମୃତ ଯୁବକ ଜଣଙ୍କ ହେଲେ ତେରୁଆଁ ବଙ୍ଗାଳୀସାହିରେ ରହୁଥିବା ତିରୁପତି ରେଡ୍ଡୀ। ଆଜି ସକାଳେ ନିର୍ଗୁଣ୍ଡ ରେଳ ଧାରଣା ଉପରେ ତିରୁପତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏଥିସହ ତାଙ୍କୁ ଗୋଡ଼ ରଶିରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଏନେଇ ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ କିଏ ଓ କାହିଁକି ତିରୁପତିଙ୍କୁ ହତ୍ୟା କଲା, ଏହାପଛରେ ପୂର୍ବ ଶତ୍ରୁତା ନା ଅଲଗା କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ। ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking