28.1 C
Bhubaneswar
Thursday, February 5, 2026
Homeଓଡିଶାସ୍ୱାମୀ-ସ୍ତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର

ସ୍ୱାମୀ-ସ୍ତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର

ସୋର: ନିଖୋଜ ଥିବା ଦମ୍ପତିଙ୍କ ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ସୋର ଥାନା ହଦ ଗ୍ରାମର ଖୁଣ୍ଟିଆ ମାଝୀ(୪୫) ଓ ତାଙ୍କ ଦ୍ଵିତୀୟ ସ୍ତ୍ରୀ ପାର୍ବତୀ ମୁର୍ମୁ (୪୨) ଗତ ମଙ୍ଗଳବାର ଠାରୁ ନିଖୋଜ ଥିଲେ। ଆଜି ସ୍ଥାନୀୟ ଲୋକେ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ଜାତପଦା ଜଙ୍ଗଲ ଦେବଗିରି ପାହାଡ଼ ଉପରେ ଉଭୟଙ୍କ ଗଳିତ ଶବକୁ ଦେଖି ପୁଲିସକୁ ଖବର ଦେଇଥିଲେ।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଖୁଣ୍ଟିଆଙ୍କ ଝିଅ ତାଙ୍କୁ ଚିହ୍ନଟ କରିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking