24.1 C
Bhubaneswar
Friday, February 13, 2026
Homeଓଡିଶାପୁରୀରେ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୋଲିସ ଫୋର୍ସ ମୁତୟନ

ପୁରୀରେ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୋଲିସ ଫୋର୍ସ ମୁତୟନ

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁଙ୍କ ଅପୂର୍ବ ବେଶକୁ ଦେଖିବା ପାଇଁ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଏଥିପାଇଁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୪ ଜଣ ଏସପି ରାଙ୍କର ଅଫିସର, ୨ ଜଣ ଅତରିକ୍ତ ଏସପି, ୨୨ଜଣ ଡିଏସପି, ୨୯୦ରୁ ଉର୍ଦ୍ଧ୍ବ ସବ୍ ଇନସପେକ୍ଟର ନିୟୋଜିତ ହୋଇଛନ୍ତି । କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବର ସହ ଯୋଗାଯୋଗ କରିବା ସହ ସମୁଦାୟ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହ ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ କରିବା ପାଇଁ ବାରଣ କରାଯାଇଛି । ଏବଂ ମାର୍କେଟ ଛକ ଠାରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ପହଣ୍ଡି ସମୟରେ ଟିକେଟଧାରୀ ମାନେ ଦକ୍ଷିଣ ଦ୍ୱାରରେ ପ୍ରବେଶ କରିପାରିବେ। ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ୍ କରାଯାଇଛି। କେବଳ ପାସଧାରୀ ମାନେ ମରଚିକୋଟ ଛକ ପର୍ଯ୍ୟନ୍ତ ଯାଇପାରିବେ। ବେଳାଭୂମିରେ ଲାଇଫଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking