32.1 C
Bhubaneswar
Wednesday, September 18, 2024
Homeଦେଶ ବିଦେଶଘରେ ପଶି ହିନ୍ଦୁ ଯୁବତୀଙ୍କୁ ଉଠାଇ ନେଲା ମୁସଲିମ୍ ଯୁବକ !

ଘରେ ପଶି ହିନ୍ଦୁ ଯୁବତୀଙ୍କୁ ଉଠାଇ ନେଲା ମୁସଲିମ୍ ଯୁବକ !

ଲକ୍ଷ୍ନୌ: ପ୍ରଥମେ ଘରେ ପଶି ହିନ୍ଦୁ ଯୁବତୀଙ୍କୁ ଉଠାଇ ନେଲା । ଅପହରଣ ପରେ ଜୋରଜବରଦସ୍ତ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କଲା । ଏହା ପରେ ଯୁବତୀଙ୍କୁ କଲା ବିବାହ । ବର୍ତ୍ତମାନ ଯୁବତୀ ଅପହରଣକାରୀ ପାଖରେ । ଏପଟେ ଯୁବତୀଙ୍କ ପରିବାରକୁ ଧମକ ପରେ ଧମକ ଦେଉଛି ଅପହରଣକାରୀ । ଥାନାରେ ପହଞ୍ଚିଛନ୍ତି ଯୁବତୀଙ୍କ ପରିବର ଲୋକ । ପୋଲିସ ମାମଲା ରୁଜୁ କରି ଅପହରଣକାରୀକୁ ଖୋଜିବା ଆରମ୍ଭ କରିଛି । ଉତ୍ତର ପ୍ରଦେଶର ଘଟଣା । ଜନୈକ ମୁସଲିମ ଯୁବକ ହିନ୍ଦୁ ଯୁବତୀକୁ ଅପହରଣ ପରେ ଧର୍ମ ପରିବର୍ତ୍ତନ କରି ବିବାହ କରଥିବା ଅଭିଯୋଗ ହୋଇଛି । ଉତ୍ତର ପ୍ରଦେଶ ଖାଗା କୋଟୱାଲ ଅଞ୍ଚଳର ଜଣେ ଯୁବକ ଏନେଇ ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର କରିଛନ୍ତି । ଅଭିଯୋଗ ମୁତାବକ, ଗତ ୫ ତାରିଖ (ଅଗଷ୍ଟ ୫ ତାରିଖ)ରେ ଘରେ ତାଙ୍କ ଉଭଣୀ ଏକାକୀ ଥିଲେ ।

ଏହି ସମୟରେ, ଅଞ୍ଚଳର ଜଣେ ପ୍ରଭାବଶାଳୀ ମୁସଲିମ ଯୁବକ ତାଙ୍କ ଉଭଣୀଙ୍କୁ ଅପହରଣ କରି ନେଇଯାଇଛି । ଯେତେବେଳେ ପିରାବର ପକ୍ଷରୁ କିଡନାପରକୁ ଯୋଗାଯୋଗ କରାଯାଇଥିଲା, ସେ ଧମକ ଦେବା ଆରମ୍ଭ କରିଥିଲା । ଅଭିଯୋଗକାରୀ କହିଛନ୍ତି, ଅପହରଣକାରୀ କହିଛି ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରି ବିବାହ କରିସାରିଛି । ତେବେ ଯଦି ପୋଲିସରେ ଏନେଇ କୌଣସି ଅଭିଯୋଗ ହୁଏ, ସେ (ଅପହରଣକାରୀ) ପୁରା ପରିବାରକୁ ସଫା କରିଦେବ । ଅପହୃତା ଯୁବତୀଙ୍କ ଭାଇଙ୍କ ବୟାନ ମୁତାବକ, ବର୍ତ୍ତମାନ ପରିବାରର ଟିକିନିକି ଖବର ରଖୁଛି ଅପହରଣକାରୀ । ପରିବାରର ସମସ୍ତଙ୍କ ସଦସ୍ୟଙ୍କ କାର୍ଯ୍ୟକଳାପ ଉପରେ ସେ ନଜର ରଖିଛି । ସେ ଲୋକ ପଠେଇ ତନଖୀ (ରେକି) କରୁଛି । ବର୍ତ୍ତମାନ ଅପହରଣକାରୀ ପୁରା ପରିବାର ପାଇଁ ବିପଦ ସାଜିଛି । ଯେବେଠୁ ଏହି ଘଟଣା ଘଟିଛି ପରିବାର ଲୋକ ଦିନଟିଏ ବି ଶାନ୍ତିରେ ଶୋଇ ପାରିନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking