18.1 C
Bhubaneswar
Tuesday, December 16, 2025
Homeଅପରାଧହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଓ ଆଳି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଥିବା ଅମିତ ହତ୍ୟାକାଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ପଟ୍ଟାମୁଣ୍ଡାଇ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଦ୍ୟାଧର ପୃଷ୍ଟି ହତ୍ୟାକାରୀକୁ ଆଜୀବନ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି। ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଐତିହାସିକ ରାୟ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ, ଆଳି ଥାନା ଅନ୍ତର୍ଗତ ସହିରା ଗ୍ରାମର ଅମିତ ପାତ୍ର ତାଙ୍କ ଶଳା ସଞ୍ଜୟ ଜେନା ଓ ଭାଗ୍ୟଧର ରାଉଳ ଗତ ୨୦୨୩ ମସିହା ଏପ୍ରିଲ ୧୪ ତାରିଖ ରାତି ୧୦ ଘଟିକା ସମୟରେ ଦହିଅଣ୍ଟା ଗ୍ରାମକୁ ଭାଗବତ ସପ୍ତା ଭୋଜି ଖାଇବାକୁ ଯାଇଥିଲେ। ହତ୍ୟା ଅଭିଯୁକ୍ତ ରଶ୍ମ ିରଞ୍ଜନ ରାଉଳ ପୂର୍ବ ଶତ୍ରୁତାକୁ ନେଇ ଅମିତକୁ ଗାଳିଗୁଲଜ କରିଥିଲା। ଅମିତ,ସଞ୍ଜୟ ଓ ଭାଗ୍ୟଧର ରାତ୍ର ୧୦ଟା ୩୦ ମିନିଟ ସମୟରେ ଭୋଜିଖାଇ ଫେରୁଥିବା ସମୟରେ ଦହିଅଣ୍ଟା ଛକଠାରେ ହତ୍ୟା ଅଭିଯୁକ୍ତ ରଶ୍ମି ରଞ୍ଜନ ପୁର୍ନବାର ଅମିତକୁ ଗାଳିଗୁଲଜ କରିବା ସହିତ ଏକ ଧାରୁଆ ଛୁରୀ ଅମିତଙ୍କ ବାମ ପଟ ଛାତିରେ ଭୂଷି ଦେଇଥିଲେ। ଏହା ଦେଖି ଅମିତର ଶଳା ସଞ୍ଜୟ ଅମିତକୁ ବଞ୍ଚାଇବାକୁ ଯିବାବେଳେ ହତ୍ୟା ଅଭିଯୁକ୍ତ ରଶ୍ୱି ରଞ୍ଜନ ତାକୁ ମଧ୍ୟ ଛାଡି ନଥିଲା। ଧାରୁଆ ଛୁରୀ ସାହାଯ୍ୟରେ ସଞ୍ଜୟଙ୍କୁ ମଧ୍ୟ ଆକ୍ରମଣ କରି ଗୁରୁତର କରିଦେଇଥିଲା। ରଶ୍ମି ରଞ୍ଜନଙ୍କ ଆକ୍ରମଣରେ ଗୁରୁତର ଅମିତ ଓ ସଞ୍ଜୟଙ୍କୁ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅମିତକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟତମ ଗୁରୁତର ସଞ୍ଜୟଙ୍କୁ ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା। ଏ ସମ୍ପର୍କରେ ଅମିତଙ୍କ ଦାଦା ମନୋରଞ୍ଜନ ପାତ୍ର ଆଳି ଥାନାରେ ଅଭିଯୋଗ କରିଥିଲେ। ଆଳି ଥାନା ପୁଲିସ କେଶ ନଂ-୩୬୮/୨୦୨୩ରେ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାର ବିଚାର କରି ପଟ୍ଟାମୁଣ୍ଡାଇ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଦ୍ୟାଧର ପୃଷ୍ଟି ଅମିତ ହତ୍ୟା ମାମଲାର ଅଭିଯୁକ୍ତ ସହିରା ଗ୍ରାମର ରଶ୍ମି ରଞ୍ଜନ ରାଉଳଙ୍କୁ ଦଫା ୩୦୨ରେ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି।

ଢେଙ୍କାନାଳ: ଢେଙ୍କାନାଳ ନିହାଲପ୍ରସାଦ ଥାନା ଅଂଚଳର ଟୋଲରପଶି ଗ୍ରାମରେ ଗତ ୨୦୨୧ମସିହା ଅଗଷ୍ଟ ମାସ ୨୭ତାରିଖରେ ଘଟିଥିବା ଏକ ହତ୍ୟା ଘଟଣାର ଶୁଣାଣି କରି ଅତିରିକ୍ତ ଜିଲ୍ଲାଦୋରାଜଜ ତଥା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ପ୍ରଣତି ସାହା ଅଭିଯୁକ୍ତ ଗିରିଧାରୀ ମଳିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରକାଶ, ୨୦୨୧ ମସିହା ଅଗଷ୍ଟ ମାସ ୨୭ତାରିଖ ଦିନ ସନ୍ଧ୍ୟାରେ ଟୋଲରପଶି ଗ୍ରାମର କାହୁ ମଳିକ ଘରୁ ଖାଇ ବାହାରକୁ ବୁଲି ଯାଇଥିଲା। ସେହି ରାତିରେ କାହୁ୍ନ ଘରକୁ ଫେରିନଥିଲା । ଘରକୁ ନ ଫେରିବାରୁ ପରିବାର ଲୋକ ବିଭିନ୍ନ ଜାଗା ଓ ବନ୍ଧୁ ବାନ୍ଧବଙ୍କ ଘରେ ଖୋଜା ଖୋଜି କରିଥିଲେ ମଧ୍ୟ କାହୁ୍ନକୁ ପାଇ ନ ଥିଲେ। ଏ ନେଇ କାହ୍ନର ମା’ ଶାନ୍ତି ମଳିକ ନିହାଲପ୍ରସାଦ ଥାନାରେ ପୁଅର ନିଖୋଜକୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରି ସେହି ଗ୍ରାମର ଗିରିଧାରୀକୁ ଅଟକ ରଖି ପଚରା ଉଚରା କରିଥିଲା। ପୁଲିସ ହେପାଜତରେ ଗିରିଧାରୀ କହ୍ନୁକୁ ଜୀବନରେ ମାରିଦେଇଥିବାର ସ୍ୱୀକାର କରିଥିଲା। ପରେ ପୁଲିସ ଗିରିଧାରୀର କହିବ ଅନୁଯାୟୀ କାହ୍ନୁର ମୃତଦେହ ଉଦ୍ଧାର କରି ହତ୍ୟା ମାମଲା ରୁଜୁ କରି ଆସାମୀ ଗିରିଧାରୀକୁ କୋର୍ଟଚାଲାଣ କରିଥିଲା। ପୁଲିସ କେସ ନମ୍ବର ୧୭୮/୨୧ରେ ହତ୍ୟା ମାମଲାରେ ତଦନ୍ତ କରି ଜିଆର କେସ ନମ୍ବର ୩୯୭/୨୧ରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା। ପୁଲିସର ତଦନ୍ତ ରିପୋର୍ଟ ପରେ କୋର୍ଟ ସିଟି ସେସନ ନମ୍ବର ୮୬/୨୦୨୨ରେ ଆଜି ଶୁଣାଣି କରି ପୁଲିସ ଦସ୍ତାବିଜ ଓ ସାକ୍ଷ ପ୍ରମାଣ ଆଧାରରେ ଅଭିଯୁକ୍ତ ଗିରିଧାରୀକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଅକ୍ଷୟ କୁମାର ଭୋଇ, ଗଣେଶ୍ୱର ସାହୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking