25.1 C
Bhubaneswar
Wednesday, October 23, 2024
Homeଅପରାଧସାମାନ୍ୟ ପାଟିତୁଣ୍ଡରୁ ହତ୍ୟାକାଣ୍ଡ

ସାମାନ୍ୟ ପାଟିତୁଣ୍ଡରୁ ହତ୍ୟାକାଣ୍ଡ

ବଲାଙ୍ଗିର : ସାମାନ୍ୟ ପାଟିତୁଣ୍ଡରୁ ହତ୍ୟା । ବଲାଙ୍ଗିର ଜିଲ୍ଲା ଲରମ୍ଭାଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମୃତକ ହେଲେ ଘସିଏନ ଗାଁର ଗ୍ରାମ ରଖି ପ୍ରଶାନ୍ତ ତାଣ୍ଡିଙ୍କ ପୁଅ ଅଜୁ ତାଣ୍ଡି l ଅଜୁଙ୍କ ଭାଇ ଗୁରୁତର ଅଛନ୍ତି । ବଲାଙ୍ଗିର ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ଘସିଏନ ଗାଁରେ ଅଜୁ ତାଣ୍ଡି ଓ ତାଙ୍କ ଭାଇଙ୍କ ସହ ପଞ୍ଚି ମାଝୀଙ୍କର କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା । ହଠାତ ପଞ୍ଚି ମାଝୀ ଦୁଇଭାଇଙ୍କୁ ଟେଲର କଇଁଚିରେ ଆକ୍ରମଣ କରିଥିଲା । ଦୁଇ ଭାଇଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି l ମୃତକ ହେଲେ ଘସିଏନ ଗାଁର ଅଜୁ ତାଣ୍ଡି l ଘଟଣା ପରେ ଅଭିଯୁକ୍ତ ପଞ୍ଚି ମାଝୀ ଫେରାର ହୋଇଯାଇଛି l ପରିବାର ଲୋକ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ, ସାଇଣ୍ଟିଫିକ ଟିମ ଓ ଡଗସ୍କ୍ୱାର୍ଡ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking