ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ସମ୍ପର୍କୀୟ ମାମୁ ଭାଣିଜୀକୁ ଦୁଷ୍କର୍ମ କରିବା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକେ ସମ୍ପର୍କୀୟ ମାମୁ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳର ଏହି ନିନ୍ଦନୀୟ ଘଟଣା ଘଟିଛି। ପୁଲିସ ସମ୍ପର୍କୀୟ ମାମୁ ରବି ସିଂହକୁ ଅଟକ ରଖିଛି। ଅଭିଯୋଗ ଅନୁସାରେ, ରେମୁଣା ଅଞ୍ଚଳର ରହୁଥିବା ନାବାଳିକା ଜଣଙ୍କ ୩ ତଳେ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ପରେ ରେମୁଣା ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରେମୁଣା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ଦୁର୍ଗନ୍ଧ ଆସିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ଏଥିସହ ନାବାଳିକାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ଛିହ୍ନଟ କରିଥିଲେ।ଅନ୍ୟପକ୍ଷରେ ନାବାଳିକାକୁ ସମ୍ପର୍କୀୟ ମାମୁ ରବି ସିଂହ ଦୁଷ୍କର୍ମ କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ନାବାଳିକା ନିଖୋଜ ହେବା ଦିନ ସମ୍ପର୍କୀୟ ମାମୁ ରବି ସିଂହଙ୍କ ସହ ବାହାରୁ ଯାଇଥିଲେ। ତା’ପରଠୁ ନାବାଳିକା ଜଣଙ୍କ ନିଖୋଜ ଥିବା ପରିବାର ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ରବି ସିଂହ ନାବାଳିକାଙ୍କ ବାପା ବନ୍ଧୁ ହେବେ। ନାବାଳିକା ଜଣଙ୍କ ତାଙ୍କୁ ମାମୁ ବୋଲି ଡାକିଥାନ୍ତି। ପୁଲିସ ରବି ସିଂହକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି। ନାବାଳିକା ଜଣଙ୍କ ନବମ ଶ୍ରେଣୀର ପଢ଼ୁଥିଲେ।










