ନୂଆଦିଲ୍ଲୀ : ପ୍ରଥମେ ନାବାଳିକାକୁ ବଳାତ୍କାର ତାପରେ ହତ୍ୟା । ଶବକୁ ଗୋଟିଏ ଅଖାରେ ପୂରାଇ ଘରଠାରୁ ୨୦୦ ମିଟର ଦୂରରେ ଗୋଟିଏ ବିଦ୍ୟାଳୟ ନିକଟରେ ଫିଙ୍ଗି ଦେଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ବନାରସରେ । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବା ବେଳେ ଅଭିୁକ୍ତ ଜଣଙ୍କ ପୋଲିସ ଉପରକୁ ଗୁଳି କରିଛି । ତାପରେ ଉଭୟଙ୍କ ଗୁଳି ବିନିମୟରେ ଅଭିଯୁକ୍ତଙ୍କ ଗୋଡକୁ ଗୁଳିି ବାଜିଥିଲା । ତାଙ୍କୁ ଗିରଫ କରାଯାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ୨୪ ତାରିଖ ସଂନ୍ଧ୍ୟାରେ ନାବାଳିକା ଜଣଙ୍କ ଜିନିଷ ଆଣିବା ପାଇଁ ଦୋକାନକୁ ଯାଇଥିଲେ । ନାବାଳିକା ଜଣଙ୍କ ବହୁ ସମୟ ଯାଏଁ ଘରକୁ ଫେରି ନଥିଲେ । ତାଙ୍କ ମା ତାଙ୍କୁ ଖୋଜି ଖୋଜି ଦୋକାନରେ ପହଞ୍ଚିଲେ । ଦୋକାନୀ ଜଣଙ୍କ କହିଲା କେତେବେଳୁ ଜିନିଷ ଧରି ଝିଅ ଚାଲିଗଲାଣି । ତାୁପରେ ପରିବାର ଲୋକେ ବ୍ୟସ୍ତ ହୋଇ ପୋଲିସକୁ ଅଭିଯୋଗ କରିଥିଲେ । ତାପରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ ଅଖା ରେ ଥିବା ମୃତଦେହ କୁ ଝିଅର ବାପା ମା ଆଗକୁ ଆଣିଥିଲା । ସେମାନେ ସେମାନଙ୍କ ଝିଅ ବୋଲି କହିଥିଲେ । ତାପରେ ସେଠାରେ ଶୋକାକୁଳ ପରିସ୍ଥିତି ଉପୁଜିଥିଲା ।










