16.1 C
Bhubaneswar
Saturday, December 6, 2025
Homeଓଡିଶାପୀତବାସଙ୍କ ମର୍ଡର: ଉମା ବିଶୋୟୀ ଗିରଫ

ପୀତବାସଙ୍କ ମର୍ଡର: ଉମା ବିଶୋୟୀ ଗିରଫ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସୁପାରୀ ଉମା ବିଶୋୟୀ ଗିରଫ ହୋଇଥିବା ସୂଚନା ମିଳିଛି । ହତ୍ୟା ଘଟଣାର ପୂରା ପ୍ଲାନ ଉମା ବିଶୋୟୀ କରିଥିବା ସୂଚନା ମିଳିଛି । କିଛି ଦିନ ତଳେ ଆତ୍ମସମର୍ପଣ କରିଥିଲା ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା । ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲା । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହେଯାଗୀ ଥିଲା ସୁଦର୍ଶନ ଜେନା । ସୂଚନାଯୋଗ୍ୟ, ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ କରି ବ୍ରହ୍ମପୁର ଏସ୍ପି କହିଥିଲେ ଯେ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା, ୧୦ ଲକ୍ଷ ଟଙ୍କା ଆଡଭାନ୍ସ ଦିଆଯାଇଥିଲା । ହତ୍ୟା ପରେ ଆଉ ୪୦ ଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ ହୋଇଥିଲା । ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଗିରଫ । କର୍ପୋରେଟର ମଳୟ ବିଷୋୟୀ ବି ଗିରଫ ହୋଇଛନ୍ତି । ବିକ୍ରମଙ୍କ ନିକଟତମ ସହେଯାଗୀ ମଦନ ଦଳେଇ ଗିରଫ ହୋଇଛନ୍ତି । କୁରୁପତି ଭୂୟାଁ, ସୁଦର୍ଶନ ଜେନା, ଚିଣ୍ଟୁ ପ୍ରଧାନ, ଶିଶୁ କୁମାର ପାସୱାନ, କୁନ୍ଦନ କୁମାର, ବିପିନ ସ୍ୱାଇଁ, ଯୋଗୀ ଦତ୍ତ, ଉମା ବିଷୋୟୀ, ଶିମାଞ୍ଚଳ ନାହାକ, ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର କୁମାର ସାହୁ ଗିରଫ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking