27.1 C
Bhubaneswar
Wednesday, March 11, 2026
Homeଅପରାଧସ୍ତ୍ରୀର ବେକ କାଟିଲା ସ୍ଵାମୀ

ସ୍ତ୍ରୀର ବେକ କାଟିଲା ସ୍ଵାମୀ

ମାଲକାନଗିରି: ମାଲକାନଗିରି କାଲିମେଳା ଥାନା ଏମଭି ୬୬ ଗାଁରେ ଜଘନ୍ୟ କାଣ୍ଡ। ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ଵାମୀ । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ସ୍ଵାମୀ। ସୂଚନା ଅନୁଯାୟୀ କାଲିମେଳା ଥାନା ଏମଭି ୬୬ ଗାଁର ନୀତେନ୍ ବିଶ୍ଵାସ କାଲିମେଳା ବଜାରରେ ଥିବା ବ୍ଲକ କଲୋନୀ ସ୍କୁଲ ସମ୍ମୁଖରେ ଆଖୁ ରସ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ଗତକାଲି ରାତିରେ କୌଣସି କାରଣକୁ ନେଇ ନୀତେନ୍ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନୀତେନ୍ ବିଳମ୍ବିତ ରାତିରେ ସ୍ତ୍ରୀକୁ ଅତି ବିଭତ୍ସ ଭାବରେ କଟୁରୀରେ ହାଣି ହତ୍ୟା କରିଛି। ଏହାପରେ ଅଭିଯୁକ୍ତ ସ୍ଵାମୀ କାଲିମେଳା ଥାନାରେ ଆତ୍ମସମର୍ପଣ କରିଛି। ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking