15.1 C
Bhubaneswar
Tuesday, January 13, 2026
Homeଅପରାଧବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା: ୨ ଗିରଫ

ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା: ୨ ଗିରଫ

ମାଲକାନଗିରି: ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲେ ଦୁର୍ବୃତ୍ତ । ହତ୍ୟା ପରେ ସମସ୍ତ ପ୍ରମାଣକୁ ନିଆଁ ଲଗାଇ ପୋଡି ଦେଇଥିଲେ ଦୁଷ୍କର୍ମକାରୀ । ହେଲେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପାଉଁଶ ଭିତରୁ ପ୍ରମାଣ ବାହାର କରି ହତ୍ୟାକାରୀଙ୍କ ନିକଟରେ ପହଞ୍ଚିଛି ପୋଲିସ । ଏଭଳି ଜଘନ୍ୟ ଘଟଣା ଘଟିଛି ମାଲକାନଗିରି ସଦର ଥାନା ଅନ୍ତର୍ଗତ କୋରୁକୋଣ୍ଡା ଗାନ୍ଧିଛକ ନିକଟରେ । ଜଣେ ବୃଦ୍ଧା ମହିଳାଙ୍କୁ ରାତିରେ ଫୋନ୍ କରି କୋରୁକୋଣ୍ଡା ପଞ୍ଚାୟତ କାର୍ଯ୍ୟାଳୟକୁ ଡାକିଥିଲେ ସେଠାକାର ପାଣି ପମ୍ପ ଅପରେଟର ପରେ ଦୁହେଁ ଜୋରଜବରଦସ୍ତି ବୃଦ୍ଧା ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ମହିଳା ଜଣକ ଚିତ୍କାର କରିବାରୁ ତାଙ୍କ ମୁହଁକୁ ଚାପି ହତ୍ୟା କରିଥିଲେ ଏହି ଦୁଇ ପଞ୍ଚାୟତ କର୍ମଚାରୀ । ହତ୍ୟା ପରେ ଉଲଗ୍ନ ଅବସ୍ଥାରେ ମୃତଦେହକୁ ଚାଉଳ ଗୋଦାମ ସାମ୍ନାରେ ଫିଙ୍ଗିଦେଇ ନିଜ ପୋଷାକ ସହ ସମସ୍ତ ପ୍ରମାଣ ନିଆଁ ଲଗାଇ ପୋଡି ଦେଇଥିଲେ ଦୁଷ୍କର୍ମକାରୀ । ଘଟଣାର ତଦନ୍ତ କରି ଦୁଇ ହତ୍ୟାକାରୀଙ୍କୁ ଗିରଫ କରିଛି ମାଲକାନଗିରି ସଦର ଥାନା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking