16.1 C
Bhubaneswar
Wednesday, January 14, 2026
Homeଖେଳପ୍ଲେଅଫ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ; ୫୯ ରନ୍‌ରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ

ପ୍ଲେଅଫ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ; ୫୯ ରନ୍‌ରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଟିମ୍ ଭାବେ ଆଇପିଏଲ୍ ୨୦୨୫ର ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିଛି। ବୁଧବାର ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିôା ୬୩ତମ ମ୍ୟାଚ୍‌ରେ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୯ ରନ୍‌ରେ ହରାଇ ଦେଇଛି। ମୁମ୍ବାଇ ପ୍ରଥମେ ସୂର୍ଯ୍ୟକୁମାର ଯାଦବଙ୍କୁ ୭୩ ରନ୍‌ର ବିସ୍ଫୋରକ ଇନିଂସ୍ ବଳରେ ୫ ୱିକେଟ୍ ହରାଇ ୧୮୦ ରନ୍ କରିଥିଲା। ଜବାବରେ ଦିଲ୍ଲୀ ୧୮.୨ ଓଭର୍‌ରେ ମାତ୍ର ୧୨୧ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ମୁମ୍ବାଇ ପକ୍ଷରୁ ଜସ୍‌ପ୍ରୀତ୍ ବୁମ୍‌ରା ଓ ମିଚେଲ୍ ସାଣ୍ଟନର୍ ଚମତ୍କାର ବୋଲିଂ କରି ୩-୩ ୱିକେଟ୍ ଅକ୍ତିଆର କରିଛନ୍ତି।

୧୮୧ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀକୁ ଦ୍ୱିତୀୟ ଓଭର୍‌ରେ ହିଁ ଝଟ୍‌କା ଲାଗିଥିଲା। ଦୀପକ ଚହର କ୍ୟାପ୍‌ଟେନ୍ ଫାଫ୍ ଡୁପ୍ଲେସିସ୍‌(୬)ଙ୍କୁ ଆଉଟ୍ କରିଥିଲେ। ପରବର୍ତ୍ତୀ ଓଭର୍‌ରେ ଟ୍ରେଣ୍ଟ୍ ବୋଲ୍ଡ ଅନ୍ୟତମ ଓପ୍ନର୍ କେଏଲ୍ ରାହୁଲ (୧୧)ଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ। ଅଭିଷେକ ପୋରେଲ୍ (୬) ଶସ୍ତାରେ ୱିଲ୍ ଜ୍ୟାକ୍ସଙ୍କୁ ଶିକାର ହୋଇଥିଲେ। ଏହାପରେ ସାଣ୍ଟନର୍ ବିପରାଜ ନିଗମ ()ଙ୍କୁ ସାଣ୍ଟନର୍ ବିଦା କରିଥିଲେ। ୧୦ମ ଓଭର୍‌ରେ ଟ୍ରିଷ୍ଟନ୍ ଷ୍ଟବ୍ସ(୨)ଙ୍କୁ ଆଉଟ୍ କରି ବୁମ୍‌ରା ଦିଲ୍ଲୀକୁ ୫ମ ଝଟ୍‌କା ଦେଇଥିଲେ। ଏହାପରେ ସମୀର ରିଜ୍‌ଭା ଓ ଆଶୁତୋଷ ଶର୍ମାଙ୍କ ମଧ୍ୟରେ ଭଲ ପାର୍ଟନର୍‌ଶିପ୍ ହୋଇଆସୁଥିବା ବେଳେ ସମୀରଙ୍କୁ ଆଉଟ୍ କରି ସାଣ୍ଟନର୍ ଏଥିରେ ବ୍ରେକ୍ ଲଗାଇଥିଲେ। ସମୀର ୩୯ ରନ୍ କରିଥିଲେ। ଏହି ଓଭର୍‌ରେ ସାଣ୍ଟନର୍ ଆଶୁତୋଷ(୧୮)ଙ୍କୁ ପ୍ୟାଭିଲିୟନ୍ ଫେରାଇ ମୁମ୍ବାଇର ବିଜୟ ରାସ୍ତା ପରିସ୍କାର କରିଥିଲେ। ଏହାପରେ ବୁମ୍‌ରା ୧୬ଶ ଓଭର୍‌ରେ ମାଧବ ତିୱାରୀ ଓ ୧୯ତମ ଓଭର୍‌ରେ ମୁସ୍ତାଫିଜୁର୍‌ଙ୍କୁ ଆଉଟ୍ କରିଥିଲେ। କର୍ଣ୍ଣ ଶର୍ମା ୧୮ତମ ଓଭର୍‌ରେ କୁଲଦୀପ୍ (୭)ଙ୍କୁ ଫେରାଇଥିଲେ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ତୃତୀୟ ଓଭର୍‌ରେ ହିଁ ପ୍ରଥମ ଝଟ୍‌କା ଲାଗିଥିଲା। ରୋହିତ ଶର୍ମା ମାତ୍ର ୫ ରନ୍‌ର କରି ମୁସ୍ତାଫିଜୁର୍ ରହମାନ୍‌ଙ୍କ ବଲ୍‌ରେ ଅଭିଷେକ ପୋରେଲ୍‌ଙ୍କ କ୍ୟାଚ୍ ଦେଇ ଫେରିଥିଲେ। ଏହାପରେ ରିୟାନ୍ ରିକେଲ୍‌ଟନ୍ ଓ ୱିଲ୍ ଜ୍ୟାକ୍ସ ୫ ଓଭର୍‌ରେ ଟିମ୍‌ର ସ୍କୋର୍ ୪୬ ରନ୍‌ରେ ପହଞ୍ଚାଇଥିଲେ। ତେବେ ୬ଷ୍ଠ ଓଭର୍‌ରେ ଜ୍ୟାକ୍ସ ୨୧ ରନ୍‌ରେ ମୁକେଶ କୁମାରଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ପରବର୍ତ୍ତୀ ଓଭର୍‌ରେ ରିକେଲ୍‌ଟନ୍ (୨୫)ଙ୍କୁ କୁଲଦୀପ୍ ଯାଦବ ପ୍ୟାଭିଲିୟନ୍ ଫେରାଇଥିଲେ। ଏହା ସହିତ କୁଲଦୀପ୍ ଆଇପିଏଲ୍‌ରେ ନିଜର ୧୦୦ ୱିକେଟ୍ ମଧ୍ୟ ପୂରଣ କରିଥିଲେ। ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମାଙ୍କ ମଧ୍ୟରେ ୫୫ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ୧୫ଶ ଓଭର୍‌ରେ ତିଳକ (୨୭)ଙ୍କୁ ଆଉଟ୍ କରି ମୁକେଶ କୁମାର ମୁମ୍ବାଇକୁ ଚତୁର୍ଥ ଝଟ୍‌କା ଦେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା (୩)ରେ ଶସ୍ତାରେ ଦୁଷ୍ମନ୍ତ ଚମିରାଙ୍କ ଶିକାର ହୋଇଥିଲେ। କିନ୍ତୁ ସୂର୍ଯ୍ୟକୁମାର କ୍ରିଜ୍‌ରେ ତିଷ୍ଠି ରହି ଚମତ୍କାର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୪୩ ବଲ୍‌ରେ ୭ ଚୌକା ଓ ୪ ଛକା ସହାୟତାରେ ୭୩ ରନ୍‌ର ଅପରାଜିତ ଇନିଂସ୍ ଖେଳି ମୁମ୍ବାଇ ସ୍କୋର୍ ୫ ୱିକେଟ୍ ବିନିମୟରେ ୧୮୦ ରନ୍‌ରେ ପହଞ୍ଚାଇଥିଲେ। ନମନ ଧୀର୍ ବିସ୍ଫୋରକ ଇନିଂସ୍ ଖେଳି ୮ ବଲ୍‌ରେ ଦୁଇଟି ଲେଖାଏ ଛକା ଓ ଚୌକା ସହାୟତାରେ ୨୪ ରନ୍‌ରେ ଅପରାଜିତ ଫେରିଥିଲେ। ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ଦୁଇଟି ୱିକେଟ୍ ନେଇଥିବା ବେଳେ ଚମିରା, ମୁସ୍ତାଫିଜୁର୍ ଓ କୁଲଦୀପ୍ ୧-୧ ସଫଳତା ପାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking