34.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶମୁମ୍ବାଇ : ଆତଙ୍କବାଦୀ ଆକ୍ରମଣ ପାଇଁ ହାଇଆଲର୍ଟ ଜାରି

ମୁମ୍ବାଇ : ଆତଙ୍କବାଦୀ ଆକ୍ରମଣ ପାଇଁ ହାଇଆଲର୍ଟ ଜାରି

ମୁମ୍ବାଇ : ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସହରରେ ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ବିଶେଷକରି ଧାର୍ମିକ ସ୍ଥଳଗୁଡ଼ିକରେ, ଯେଉଁଠି ବହୁଳ ଜନସମାଗମ ହୁଏ, ସେଠାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ସେହିପରି ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯାଇଛି। ଆଗକୁ ପାର୍ବଣ ଆସୁଥିବାବେଳେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବ୍ୟୁରୋ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପରେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ପୁଲିସ ପକ୍ଷରୁ ମକଡ୍ରିଲ କରାଯାଉଛି। ସମସ୍ତ ଡିସିପି ନିଜ ନିଜ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିଛନ୍ତି। ଚେମ୍ବୁର ଏବଂ ମାତୁଙ୍ଗା ଅଞ୍ଚଳରେ ଥିବା ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking