30.1 C
Bhubaneswar
Tuesday, February 10, 2026
Homeଖେଳମୁଲତାନ ଟେଷ୍ଟ: ରୁଟ୍ ଓ ବ୍ରୁକ୍‌ଙ୍କ ଶତକ; ଇଂଲଣ୍ଡ ପ୍ରଥମ ଇନିଂସ୍ ୪୯୨/୩

ମୁଲତାନ ଟେଷ୍ଟ: ରୁଟ୍ ଓ ବ୍ରୁକ୍‌ଙ୍କ ଶତକ; ଇଂଲଣ୍ଡ ପ୍ରଥମ ଇନିଂସ୍ ୪୯୨/୩

ମୁଲତାନ: ମୁଲତାନ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ବୁଧବାର ତୃତୀୟ ଦିନ ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୩ ୱିକେଟ୍ ହରାଇ ୪୯୨ ରନ୍ କରିଛି। ଜୋ ରୁଟ୍ ୧୭୬ ରନ୍ ଏବଂ ହ୍ୟାରୀ ବ୍ରୁକ୍ ୧୪୧ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଦୁହିଁଙ୍କ ମଧ୍ୟରେ ଅବିଭାଜିତ ଚତୁର୍ଥ ୱିକେଟ୍ ପାଇଁ ୨୪୩ ରନ୍‌ର ଭାଗୀଦାରି ହୋଇଛି। ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ କ୍ରଲି ୭୮ ଏବଂ ବେନ୍ ଡକେଟ୍ ୮୪ ରନ୍ କରି ବୁଧବାର ଆଉଟ୍ ହୋଇଛନ୍ତି। ପୂର୍ବରୁ ପାକିସ୍ତାନ ପ୍ରଥମ ଇନିଂସ୍‌ରେ ୫୫୬ ରନ୍ କରିଥିଲା। ଜ୍ୟାକ୍ କ୍ରଲି ଏବଂ ଜୋ ରୁଟ୍ ବୁଧବାର ଇଂଲଣ୍ଡର ଅସମାପ୍ତ ପ୍ରଥମ ଇନିଂସ୍ ୯୬/୧ ସ୍କୋର୍‌ରୁ ଆଗକୁ ବଢ଼ାଇଥିଲେ।

କ୍ରଲି ନିଜ ଇନିଂସ୍‌ରେ ଆଉ ୧୪ ରନ୍ ଯୋଗକରିବା ପରେ ଶାହିନ୍ ଆଫ୍ରିଦିଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ଡକେଟ୍ ୭୫ ବଲ୍‌ରେ ୮୪ ରନ୍ କରି ଅମିର ଜମାଲ୍‌ଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହାପରେ ରୁଟ୍ ଓ ବ୍ରୁକ୍ ଇଂଲଣ୍ଡ ସ୍କୋର୍ ୫୦୦ ରନ୍ ନିକଟବର୍ତ୍ତୀ କରାଇଛନ୍ତି। କ୍ରଲିଙ୍କ ସହ ୧୦୯ ରନ୍ ଏବଂ ଡକେଟ୍‌ଙ୍କ ସହ ୧୩୬ ରନ୍‌ର ଭାଗୀଦାରି କରିଥିବା ରୁଟ୍ ୨୭୭ ବଲ୍ ଖେଳି ୧୨ ଚୌକା ସହାୟତାରେ ୧୭୬ ରନ୍ କରିଛନ୍ତି। ଏହା ଟେଷ୍ଟ କ୍ରିକେଟ୍‌ରେ ତାଙ୍କର ୩୫ତମ ଶତକ ହୋଇଥିବା ବେଳେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ରେ ୧୭ତମ ଶତକ। ଏହା ସହିତ ରୁଟ୍ ଟେଷ୍ଟ କ୍ରିକେଟ୍‌ରେ ଇଂଲଣ୍ଡର ଶୀର୍ଷ ସ୍କୋରର୍ ହୋଇଛନ୍ତି। ରୁଟ୍ ନିଜ ଦେଶର ପୂର୍ବ ଓପ୍ନର୍ ଆଲିଷ୍ଟର କୁକ୍ (୧୨୪୭୨ ରନ୍‌)ଙ୍କୁ ପଛରେ ପକାଇ ଦେଇଛନ୍ତି। ଏବେ ରୁଟ୍ ସର୍ବାଧିକ ରନ୍ ହାସଲକାରୀ ବ୍ୟାଟର୍‌ଙ୍କ ସୂଚୀର ୫ମ ସ୍ଥାନରେ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking