24.1 C
Bhubaneswar
Monday, February 9, 2026
Homeଖେଳମୁଲତାନ ଟେଷ୍ଟ: ଇଂଲଣ୍ଡକୁ ୧୫୨ ରନ୍‌ରେ ହରାଇଇଲା ପାକିସ୍ତାନ

ମୁଲତାନ ଟେଷ୍ଟ: ଇଂଲଣ୍ଡକୁ ୧୫୨ ରନ୍‌ରେ ହରାଇଇଲା ପାକିସ୍ତାନ

ମୁଲତାନ୍‌: ମୁଲତାନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡକୁ ପାକିସ୍ତାନ ୧୫୨ ରନ୍‌ରେ ଶୋଚନୀୟ ଭାବେ ହରାଇ ଦେଇଛି। ପାକିସ୍ତାନ ଭ୍ରମଣକାରୀ ଟିମ୍ ଆଗରେ ୨୯୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଏହାର ପିଛା କରୁଥିବା ଇଂଲଣ୍ଡ ଟିମ୍ ମ୍ୟାଚ୍‌ର ଚତୁର୍ଥ ଦିନ (ଶୁକ୍ରବାର) ୧୪୪ ରନ୍‌ରେ ସୀମିତ ହୋଇଯାଇଛି। ଏହି ବିଜୟ ସହିତ ପାକିସ୍ତାନ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୧-୧ରେ ସମାନ କରିଛି। ସିରିଜ୍‌ର ତୃତୀୟ ତଥା ଅନ୍ତିମ ଅକ୍ଟୋବର ୨୪ ତାରିଖରେ ରାୱଲପିଣ୍ଡିରେ ଖେଳାଯିବ।

ପାକିସ୍ତାନ ୧୩୪୮ ଦିନ ପରେ ଘରୋଇ ମାଟିରେ ଟେଷ୍ଟ କ୍ରିକେଟ୍‌ରେ ବିଜୟ ହାସଲ କରିଛି। ଏହା ପୂର୍ବରୁ ଶେଷ ଥର ପାଇଁ ପାକିସ୍ତାନ ଘରୋଇ ମାଟିରେ ୨୦୨୧ ଫେବୃଆରୀରେ ସାଉଥ୍ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିଥିଲା। ଏହା ପରଠାରୁ ପାକିସ୍ତାନ ଖେଳିଥିବା ୧୧ ଟେଷ୍ଟରୁ ୭ଟିରେ ପରାଜିତ ହୋଇଥିଲା। ଏବେ ୧୨ଶ ଟେଷ୍ଟରେ ଟିମ୍‌କୁ ବିଜୟ ମିଳିଛି। ଏହି ମ୍ୟାଚ୍ ପାଇଁ ପାକିସ୍ତାନ ପୂର୍ବତନ କ୍ୟାପ୍‌ଟେନ୍ ବାବର ଆଜମ୍‌, ପ୍ରମୁଖ ଫାଷ୍ଟ ବୋଲର୍ ଶାହିନ୍ ଶାହ ଆଫ୍ରିଦି ଏବଂ ନସୀମ୍ ଶାହଙ୍କୁ ବିଶ୍ରାମ ଦେଇଥିଲା।

ପାକିସ୍ତାନର ଏହି ଚାଲ୍ ସଫଳ ହୋଇଛି। ବାବରଙ୍କ ସ୍ଥାନରେ ଡେବ୍ୟୁ ଟେଷ୍ଟ ମ୍ୟାଚ୍ ଖେଳିଥିବା କାମରାନ୍ ଗୁଲାମ ପ୍ରଥମ ଇନିଂସ୍‌ରେ ଚମତ୍କାର ଶତକ (୧୮୮) ହାସଲ କରିଥିଲେ। ପାକିସ୍ତାନ ବିଜୟର ହିରୋ ସ୍ପିନର୍ ନୋମାଲ୍ ଅଲୀ ଓ ସାଜିଦ୍ ଖାଁ ସାଜିଥିଲେ। ଉଭୟ ମିଳିତ ଭାବେ ଏହି ମ୍ୟାଚ୍‌ରେ ଇଂଲଣ୍ଡର ସମସ୍ତ ୨୦ଟି ଯାକ ୱିକେଟ୍ ଅକ୍ତିଆର କରିଥିଲେ। ମୋଟ ୯ ୱିକେଟ୍ ନେଇଥିବା ସାଜିଦ୍ ଖାନ୍‌ଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। ଇଂଲଣ୍ଡ ଦ୍ୱିତୀୟ ଇନିଂସ୍‌ରେ କ୍ୟାପ୍‌ଟେନ୍ ବେନ୍ ଷ୍ଟୋକ୍ସ ସର୍ବାଧିକ ୩୭ ରନ୍ କରିଥିବା ବେଳେ ଓଲି ପୋପ୍ ୨୨, ଜୋ ରୁ୍‌ଟ୍ ୧୮, ହ୍ୟାରୀ ବ୍ରୁକ୍ ୧୬ ଏବଂ ବ୍ରାଏଡନ୍ କାର୍ସ ୨୭ ରନ୍‌ର ଯୋଗଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking