20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଅକ୍ଟୋବରରେ ଭାରତ ଆସିବେ ମୁଇଜୁ

ଅକ୍ଟୋବରରେ ଭାରତ ଆସିବେ ମୁଇଜୁ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଭାରତ ଆସିବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ମୁଇଜୁ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଭାରତ ଗସ୍ତରେ ଆସିବେ ବୋଲି କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୩ ନଭେମ୍ବରରେ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଏବଂ ୨୦୨୪ରେ ଭାରତରେ ସାଧାରଣ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବା ପରେ ମୁଇଜୁଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବାକୁ ଯାଉଛି।

ଏହି ଅବସରରେ ମୁଇଜୁଙ୍କର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଚୀନ୍ ପ୍ରତି ଦୃଢ ସମର୍ଥନ ଜଣାଉଥିବା ମୁଇଜୁଙ୍କ ଏହି ଗସ୍ତକୁ କୂଟନୈତିକ ମହଲ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ମୁଇଜୁ ପୁନର୍ବାର ମାଳଦ୍ୱୀପ ରାଷ୍ଟ୍ରପତି ହେବା ପରେ ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି। ଅପରପକ୍ଷରେ ଭାରତ ପାଲଟା ରଣନୀତି ଅବଲମ୍ବନ କରିବା ପରେ ମୁଇଜୁ ଏବଂ ତାଙ୍କ ସରକାର ଅଡୁଆ ସ୍ଥିତିରେ ପଡିଥିଲେ। ତେବେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ପୁଣି ମଜବୁତ୍ କରିବାକୁ ସେ ଭାରତ ଆସୁଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking