32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶସେକ୍ସ ପାଇଁ ମନାକରିବାରୁ ମହିଳାଙ୍କ ସ୍ତନ କାଟିଦେଲା ମହମ୍ମଦ

ସେକ୍ସ ପାଇଁ ମନାକରିବାରୁ ମହିଳାଙ୍କ ସ୍ତନ କାଟିଦେଲା ମହମ୍ମଦ

ପାଟନା: ପରକିୟା ପ୍ରିତିର ସାଙ୍ଘାତିକ ପରିଣାମ, ସେକ୍ସ ପାଇଁ ମନାକରିବାରୁ ମହିଳାଙ୍କ ସ୍ତନ କାଟି ମାରିଦେଲା ଅଭିଯୁକ୍ତ। ବିହାରର ପିରପାଇଣ୍ଟି ଥାନା ଅନ୍ତର୍ଗତ ଛୋଟି ଦିଲୌରୀରେ ଘଟିଥିଲା ଭୟଙ୍କର ଘଟଣା। ସେଠାରେ ରହୁଥିବା ନୀଲମ ଦେବୀ(୪୨)ଙ୍କୁ ଶନିବାର ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମହମ୍ମଦ ସକିଲଙ୍କ ଉପରେ ଆସିଥିଲା ହତ୍ୟା ଅଭିଯୋଗ। ପାରିବାରିକ ଚାପରେ ନୀଲମଙ୍କ ଠାରୁ ଦୂରେଇ ଯିବାରୁ ହଠାତ୍ ନିର୍ଦ୍ଦୟ ହୋଇପଡ଼ିଥିଲା ସକିଲ। ଗାଁକୁ ଯିବା ବାଟରେ ଅଟକାଇ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ମହିଳା ମନାକରିବାରୁ ତା’ପରେ ନୀଳମଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ଉଦ୍ଦେଶ୍ୟରେ ସେ ତାଙ୍କ ଅଙ୍ଗରେ ନିର୍ମମ ଭାବେ ଛୁରା ମାଡ଼ କରିବା ସହ କାମୁଡ଼ି ଦେଇଥିଲେ।

ପ୍ରଥମେ ତାଙ୍କ ହାତ, ସ୍ତନ, କାନ କାଟିଦେବା ପରେ ଶରୀରର ଅନ୍ୟନ୍ୟ ଅଙ୍ଗରେ ଗଭୀର କ୍ଷତ ସୃଷ୍ଟି କରି ଯନ୍ତ୍ରଣାରେ ଛାଡି ଦେଇଥିଲେ। ଗୁରୁତର ଅବସ୍ଥାରେ ନୀଲମଙ୍କୁ ପ୍ରଥମେ ପିରପାଇଣ୍ଟି ରେଫରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ଭାଗଲପୁରର ଜବାହରଲାଲ ନେହେରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ବିଗିଡ଼ିଯାଇଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ପିରପାଇଣ୍ଟି ଥାନା ଅଧିକାରୀ ରାଜକୁମାରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ପିରପାଇଣ୍ଟି ମାର୍କେଟ, ଶେରମାରି, ରାଜଗଞ୍ଜ ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରି ସକିଲଙ୍କୁ ଗିରଫ କରିଥିଲା। ଘଟଣାଟି ୪ ଡିସେମ୍ୱର ୨୦୨୨ରେ ଘଟିଥିଲା। ଯାହାକି ଅପରାଧ ଦୁନିଆର ଏକ ସାଙ୍ଘାତିକ ଘଟଣା ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking