କେଉଁଝର: କରେଣ୍ଟ ଲାଗି ଶିଶୁ ପୁତ୍ର ସହ ମାଙ୍କ ମୃତ୍ୟୁ ହୋଇଛି । ନୟାକୋଟ ଥାନା ବାଂଶପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ତା ପରେ ତାଙ୍କର ମୃତ୍ୟୁ ହୋଇଛି । ମାଆପୁଅକୁ ବଞ୍ଚାଇବାକୁ ଯାଇ ଶାଶୁ ଗୁରୁତର ଅଛନ୍ତି । ଏନେଇ ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।