ପାରାଦୀପ : ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ। ନବଜାତ ଶିଶୁକୁ ଜନ୍ମ କଲା ମାଆ ଅତି ନିର୍ଦ୍ଦୟ ଭାବରେ ବୁଦା ମୁଳେ ଫୋପାଡ଼ି ଚାଲିଯାଇଛି । ପାରାଦ୍ଵୀପ ଷଣ୍ଢକୁଦ ଅଞ୍ଚଳରେ ଏହି ଅମାନବୀୟ ଘଟଣା ଘଟିଛି । ସୂଚନା ମୁତାବକ, ଗତକାଲି ଷଣ୍ଢକୁଦ ବସ୍ତିର ଉତ୍କଳେନ୍ଦୁ ବେହେରା ନାମକ ଜଣେ ବ୍ୟକ୍ତି ବସ୍ତିର ଶେଷ ମୁଣ୍ଡରେ ଥିବା ଘେରିକୁ ମାଛ ଧରିବାକୁ ଯାଇଥିଲେ । ସେ ରାତି ପ୍ରାୟ ସାଢ଼େ ଆଠଟା ସମୟରେ ଘରକୁ ଫେରୁଥିବା ବେଳେ ତାଙ୍କ କାନରେ ହଠାତ କୁଆଁ କୁଆଁ ଶବ୍ଦ ଶୁଭିଥିଲା । ପାଖକୁ ଯାଇ ଦେଖିବାରୁ ବୁଦା ମୂଳେ ଏକ ଶିଶୁ ପୁତ୍ର ପଡ଼ିଛି । ସଙ୍ଗେ ସଙ୍ଗେ ଶିଶୁ ପୂତ୍ର ଦେଖି ଉତ୍କଳେନ୍ଦୁ ଘରକୁ ଆଣିଥିଲେ । ରାତି ସାରା ପିଲାଟିର ସେବା ଯତ୍ନ ମଧ୍ୟ କରିଥିଲେ। ନିଜର ପିଲା ନ ଥିବାରୁ ଶିଶୁ ପତ୍ରକୁ ସେ ରଖିବାକୁ ଚାହିଁଥିଲେ । ଏ ନେଇ ସକାଳୁ ସ୍ଥାନୀୟ ଆଶା ଦିଦି ଅଞ୍ଜନା ତ୍ରିପାଠୀଙ୍କୁ ଜଣାଇଥିଲେ । ଆଶା ଦିଦି ଶିଶୁଟିକୁ ଅଠରବାଙ୍କି ହସ୍ପିଟାଲରେ ପିଲାଟିକୁ ଭର୍ତ୍ତି କରିବା ପରେ ଚିକିତ୍ସା କରାଯାଇଥିଲା । ଶିଶୁଟି ସୁସ୍ଥ ଥିବା ଡ଼ାକ୍ତର କହିଛନ୍ତି । ଶିଶୁଟି ତିନି ଚାରି ଘଣ୍ଟା ତଳେ ଜନ୍ମ ହୋଇଥିବା ଅନୁମାନ କରାଯାଉଛି । ତେବେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଶିଶୁଟିକୁ ଜିଲ୍ଲା ଶିଶୁ ସୁରକ୍ଷା ଆୟୋଗକୁ ହସ୍ତାନ୍ତର କରିଛନ୍ତି ।