18.1 C
Bhubaneswar
Sunday, January 5, 2025
Homeଅପରାଧ୯ ଦିନ ଶିଶୁକନ୍ୟାର ଗଳା କାଟି ହତ୍ୟା କଲା ମା'

୯ ଦିନ ଶିଶୁକନ୍ୟାର ଗଳା କାଟି ହତ୍ୟା କଲା ମା’

ନୂଆଦିଲ୍ଲୀ: ଦୂର ହେଉନି ପୁଅ ଓ ଝିଅ ମଧ୍ୟରେ ପ୍ରଭେଦ । ଅଲୋଡ଼ା ହେଲା ଶିଶୁ କନ୍ୟା । ମା’ ସାଜିଲା ରାକ୍ଷସୀ ! ଯେଉଁ ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ କରିଥିଲା, ସେହି ମା’ ହିଁ ନିଜ ହାତରେ ନିଜ ଛୁଆକୁ ହତ୍ୟା କରିଛି । ମାତ୍ର ୯ ଦିନର ଶିଶୁକନ୍ୟାର ଗଳାକଟି ଅତି ନିର୍ମମ ଭାବରେ ହତ୍ୟା କରିଛି ଜନ୍ମକଲା ମା’ । ଏଭଳି ଘଟଣା ଦେଖିବାକୁ ମିଳିଛି ଜାତୀୟ ରାଜଧାନୀ ଦିଲ୍ଲୀ ଉପକଣ୍ଠରେ । ସୂଚନା ଅନୁସାରେ, ଦିଲ୍ଲୀ ଉପକଣ୍ଠ ମୁଣ୍ଡକା ପୋଲିସ ଷ୍ଟେସନ ଅଞ୍ଚଳ ବାବା ହରିଦାସ କଲୋନୀ ନିବାସୀ ଗୋବିନ୍ଦ ବାହାଦୁରଗଡ଼ରେ ଏକ ଜୋତା ଫ୍ୟାକ୍ଟ୍ରିରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । ଗତ ଜୁଲାଇ ୧୭ ତାରିଖରେ ଗୋବିନ୍ଦଙ୍କ ପତ୍ନୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। କନ୍ୟା ସନ୍ତାନ ଜନ୍ମ ହେବା ପରେ ଏନେଇ ତାଙ୍କ ପତ୍ନୀ ନାରାଜ ଥିଲେ ।

ଗତ ଜୁଲାଇ ୨୫ ତାରିଖ ଦିନ ଗୋବିନ୍ଦଙ୍କ ପତ୍ନୀ ଏକ ଧାରୁଆ ଅସ୍ତ୍ରରେ ମାତ୍ର ୯ ଦିନର ଶିଶୁ କନ୍ୟାର ଗଳାକାଟି ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ତେବେ ପତ୍ନୀ ଶିଶୁକନ୍ୟାକୁ ହତ୍ୟା କରିବା ପରେ ଗୋବିନ୍ଦ ମୁଣ୍ଡକା ପୋଲିସ ଷ୍ଟେସନରେ ପତ୍ନୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏକ ଟିମ ଗଠନ କରି ବାବା ହରିଦାସ କଲୋନୀରେ ଗୋବିନ୍ଦଙ୍କ ଘରେ ପହଞ୍ଚିଥିଲା । ସେଠାରେ ଘରର ଦ୍ବିତୀୟ ମହଲାରେ ଶିଶୁକନ୍ୟାର ମୃତଦେହ ପଡ଼ିଥିବାର ପୋଲିସ ଦେଖିଥିଲା । ସେପଟେ ଗୋବିନ୍ଦଙ୍କ ପତ୍ନୀ ନିଜକୁ ଏକ ରୁମରେ ତାଲା ପକାଇ ରହିଥିଲେ । ପୋଲିସ ତାଲା ଭାଙ୍ଗି ଉକ୍ତ ମହିଳାଙ୍କୁ ଗିରଫ କରିଛି । ଏହା ହତ୍ୟାରେ ବ୍ୟବହାର ହୋଇଥିବା ଛୁରୀକୁ ମଧ୍ୟ ପୋଲିସ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking