31.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଟଙ୍କା ଲୋଭରେ ୬ ବର୍ଷର ଝିଅକୁ ବିକ୍ରି କରିଦେଲା ମା’

ଟଙ୍କା ଲୋଭରେ ୬ ବର୍ଷର ଝିଅକୁ ବିକ୍ରି କରିଦେଲା ମା’

ସାଉଥଆଫ୍ରିକା: ଘଟଣାଟି ହେଉଛି ଜଣେ ମା’ ଏବଂ ତାର ୬ ବର୍ଷର ଛୋଟ ଝିଅକୁ ନେଇ। ଯେଉଁ ଘଟଣାଟି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି। କାରଣ ଜଣେ ଜନ୍ମକଲା ମା’ କିଛିଟା ଟଙ୍କା ପାଇଁ ନିଜର ସୁନ୍ଦରୀ ଝିଅକୁ ଜଣେ ତାନ୍ତ୍ରିକ ହାତରେ ଟେକି ଦେଇଛି। ଯିଏକି ନିଜ ପୂଜାର୍ଚ୍ଚନା ପାଇଁ କୁନି ଝିଅର ଆଖି, ଚର୍ମ ବ୍ୟବହାର କରିପାରିବ। ଆଉ ଏହି ଘଟଣାଟି ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଘଟଣାଟି ହେଉଛି ସାଉଥଆଫ୍ରିକାର। କିଛି ଟଙ୍କାର ଲୋଭ ପାଇଁ ଜଣେ ମହିଳା ତାଙ୍କର ୬ ବର୍ଷର ଝିଅକୁ ଜଣେ ତାନ୍ତ୍ରିକ ହାତରେ ବିକ୍ରି କରିଦେଇଛି। ଯାହାଦ୍ୱାରା ସେ ତାଙ୍କ ପୂଜାର୍ଚ୍ଚନା ପାଇଁ ପିଲାଟିର ଅଙ୍ଗ ବ୍ୟବହାର କରିପାରିବେ। କୁହାଯାଉଛି ପାଖାପାଖି ୯୬ ହଜାର ଟଙ୍କାରେ ମହିଳା ଜଣଙ୍କ ତାଙ୍କ ଝିଅର ସୋଉଦା କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେତେବେଳେ ବିଚାରପତି ତାଙ୍କ ରାୟ ଦେଉଥିଲେ, ସେତେବେଳେ ତିନି ଜଣଙ୍କ ମଧ୍ୟରୁ କେହି ନିଜ କାର୍ଯ୍ୟ ପାଇଁ ଅନୁତାପ କରିନଥିଲେ। ହେଲେ ଏବେଯାଏଁ ଝିଅର କି ସେ ତାନ୍ତ୍ରିକ ର କୌଣସି ସନ୍ଧାନ ପାଇପାରିନାହିଁ ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking