16.1 C
Bhubaneswar
Thursday, February 5, 2026
Homeଓଡିଶାମା ସମଲେଇଙ୍କ ଧବଳମୁଖୀ ବେଶ

ମା ସମଲେଇଙ୍କ ଧବଳମୁଖୀ ବେଶ

ସମ୍ୱଲପୁର: ଆଜି ମା’ ସମଲେଇଙ୍କ ଧବଳମୁଖୀ ବେଶ। ସିନ୍ଦୁର ବର୍ଣ୍ଣ ବଦଳରେ ଆଜି ଶ୍ୱେତବର୍ଣ୍ଣରେ ମା’ ସମଲେଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପବିତ୍ର ମହାଳୟା ଅବସରରେ ସ୍ୱତନ୍ତ୍ର ବେଶ ଓ ପୂଜାର୍ଚ୍ଚନା ହେଉଛି। ଧବଳମୁଖୀ ବେଶ ପାଇଁ ମାଆଙ୍କର ସ୍ୱତନ୍ତ୍ର ମହାଆଳତୀ। ସ୍ୱତନ୍ତ୍ର ବେଶ ଦର୍ଶନ ପାଇଁ ଧାଡ଼ିରେ ହଜାର ହଜାର ଶ୍ରଦ୍ଧାଳୁ। ଧବଳମୁଖୀ ବେଶ ଦେଖିଲେ ଗଙ୍ଗା ଦର୍ଶନର ପୂଣ୍ୟ ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଅପରାହ୍ନରେ ମା’ ସମଲେଶ୍ଵରୀଙ୍କ ଖଣ୍ଡାଧୂଆ ପର୍ବ ରହିଛି। ଭକ୍ତମାନଙ୍କ ସମସ୍ତ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking