28.1 C
Bhubaneswar
Friday, June 28, 2024
Homeଓଡିଶାନବଜାତ ଶିଶୁକୁ ଛାଡି ଚାଲିଗଲା ମା'

ନବଜାତ ଶିଶୁକୁ ଛାଡି ଚାଲିଗଲା ମା’

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ନବଜାତ ଶିଶୁକୁ ଅଲୋଡ଼ା କରି ଛାଡିଦେଲା ଜନ୍ମ କଲା ମା । ଶିଶୁକନ୍ୟାକୁ ଉଦ୍ଧାର କରି ରଖିଛି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ । ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ଶିଶୁକନ୍ୟାକୁ ଛାଡ଼ି ଚାଲିଯାଇଛି ଜନ୍ମ କଲା ମା । ନବଜାତ ଶିଶୁକନ୍ୟାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟରେ ଆସି ଛାଡ଼ି ଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ତାରିଖ ମଧ୍ୟାହ୍ନ ୨ ଟା ସମୟରେ ଜଣେ ମହିଳା ଆସି ନବଜାତ ଶିଶୁକନ୍ୟାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଛାଡ଼ି ଯାଇଥିଲେ । ସେହିଭଳି ଗତ ରବିବାର ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟାକୁ ଛାଡି ପଳାଇଥିଲେ । ଉଭୟ ଶିଶୁଙ୍କୁ ଅବିବାହିତ ଯୁବତୀ ଜନ୍ମ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାଡ଼ି ପଳାଇଥିଲେ । ଏନେଇ ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଡାକ୍ତରଖାନାରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲ । ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ବର୍ତ୍ତମାନ ଉଭୟ ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଏସଏନସିୟୁରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking