32.1 C
Bhubaneswar
Saturday, September 28, 2024
Homeଅପରାଧମାମୁ ପୁଅ ଭାଇକୁ କୁରାଢ଼ୀହାଣି ହତ୍ୟା କଲା ସାନ ଭାଇ

ମାମୁ ପୁଅ ଭାଇକୁ କୁରାଢ଼ୀହାଣି ହତ୍ୟା କଲା ସାନ ଭାଇ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାଣ୍ଡିଫୁଟା ଅଞ୍ଚଳରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ମାମୁ ପୁଅ ଭାଇକୁ କୁରାଢ଼ୀହାଣି ହତ୍ୟା କଲା ସାନ ଭାଇ । ଘର ଭିତରେ ଶୋଇ ଥିବା ବେଳେ ମାମୁଁ ପୁଅ ଭାଇକୁ କୁରାଢ଼ୀରେ ବେକକୁ ହାଣି ହତ୍ୟା କରିଛି ସାନ ଭାଇ । ତେବେ ହତ୍ୟାକାରୀକୁ ପରିବାର ଲୋକେ ଦୌଡ଼ିରେ ବାନ୍ଧି ଅଟକ ରଖିଥିବା ବେଳେ ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀକୁ ଗିରଫ କରି ତଦନ୍ତ ଜାରି ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ ତରାମରା ଗ୍ରାମପଞ୍ଚାୟତ ହାଣ୍ଡିଫୁଟା ଗ୍ରାମର ମୁରଲୀ ଗିରିଙ୍କ ଝିଅ ଚେନ୍ନାଇରେ କାମ କରିବା ସମୟରେ ୭ ବର୍ଷ ତଳେ ବୌଦ୍ଧ ଜିଲ୍ଲା ଚମ୍ପାଗାଁ ଗ୍ରାମର ଅନିଲ ପେରା ନାମକ ଯୁବକକୁ ବିବାହ କରିଥିଲେ । କିଛି ଦିନ ପୁର୍ବରୁ ରଜ ପର୍ବ ପାଇଁ ଅନିଲ ସପରିବାର ନେଇ ଶଶୁର ଘର ହାଣ୍ଡିଫୁଟା ଗ୍ରାମକୁ ଆସିଥିଲେ। ଗୁରୁବାର ଅପରାହ୍ନ ୨ ଟା ସମୟରେ ମାମୁଁ ପୁଅ ଘରେ ଶୋଇ ମୋବାଇଲ ଦେଖୁଥିବା ବେଳେ ଅନିଲର ସାନ ଭାଇ ପରମିଲ ଏକ କୁରାଢ଼ୀ ଆଣି ଅଚାନକ ତାଙ୍କ ବେକକୁ ହାଣି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା ।ମୃତକ ଜଣକ ବୌଦ୍ଧ ଜିଲ୍ଲା ଚମ୍ପାମାଳ ଗ୍ରାମର ବୋଲି ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking