24.1 C
Bhubaneswar
Friday, February 13, 2026
Homeଓଡିଶାଜ୍ବାଇଁର ଆକ୍ରମଣରେ ଶ୍ବଶୁର ମୃତ, ଶାଶୂ ଆହତ

ଜ୍ବାଇଁର ଆକ୍ରମଣରେ ଶ୍ବଶୁର ମୃତ, ଶାଶୂ ଆହତ

କୋରାପୁଟ : କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ସଦର ମହକୁମାରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜ୍ବାଇଁର ସଂଘବଦ୍ଧ ଆକ୍ରମଣରେ ଶ୍ବଶୁର ଲଛନ ବୈପାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଶାଶୂ ବଦ୍ଲି ବୈପାରୀଙ୍କ ଆହତ ହୋଇଛନ୍ତି। ପାରିବାରିକ କଳହରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଲକ୍ଷ୍ମୀପୁରର ତଳଚମ୍ପି ଗ୍ରାମର ଲଛନ ବୈପାରୀଙ୍କ ଝିଅ ନିକଟସ୍ଥ ଝୋଲାଗୁଡା ଗ୍ରାମର କୃଷ୍ଣ ଜାନୀଙ୍କୁ ଭଲପାଇ ବିବାହ କରିଥିଲେ।

କିନ୍ତୁ ପାରିବାରିକ ଗଣ୍ଡଗୋଳ କାରଣରୁ କିଛି ଦିନ ହେଲା ତାଙ୍କ ପତ୍ନୀ ବାପଘରେ ରହୁଥିଲେ। ତେବେ କ’ଣ ପାଇଁ ତାଙ୍କ ସ୍ତ୍ରୀଙ୍କୁ ଛାଡୁ ନାହାନ୍ତି ବୋଲି ଉତକ୍ଷିପ୍ତ ହୋଇ ଶନିବାର ରାତିରେ ଲକ୍ଷ୍ମୀପୁରଠାରୁ କିଛି ଦୂରରେ ଏକ କୁଡିଆରେ ଥିବାବେଳେ ଜ୍ବାଇଁ ଲୁହା ରଡ୍‌ରେ ସଂଘବଦ୍ଧ ଆକ୍ରମଣ କରିବାରୁ ଶ୍ବଶୁର ଲଛନ ବୈପାରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଶାଶୂ ବଦ୍ଲି ମଧ୍ୟ ଆହତ ହୋଇଛନ୍ତି। ପୁଲିସ ମୃତଦେହ ଜବତ କରିବା ସହିତ ୪ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking