28.1 C
Bhubaneswar
Wednesday, October 16, 2024
Homeଅପରାଧଝିଅକୁ ମାରିବାକୁ ସୁପାରୀ ଦେଇଥିଲା ମା’, ଶେଷରେ କ’ଣ ହେଲା ଜାଣନ୍ତୁ...

ଝିଅକୁ ମାରିବାକୁ ସୁପାରୀ ଦେଇଥିଲା ମା’, ଶେଷରେ କ’ଣ ହେଲା ଜାଣନ୍ତୁ…

ଲକ୍ଷ୍ନୌ: ୟୁପିର ଏଟା ଜିଲ୍ଲାରେ ଏକ ହୃଦୟଥରା ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ନିଜ ନାବାଳିକା ଝିଅର ହତ୍ୟା ପାଇଁ ସୁପାରୀ ଦେଇଥିଲେ । ହେଲେ ତାଙ୍କୁ ଜଣାନଥିଲା ତାଙ୍କର ଏହି ଯୋଜନା ତାଙ୍କ ଉପରେ ହିଁ ଭାରୀ ପଡ଼ିବ । କୁହାଯାଉଛି ଯେ, ମା’ ପଠାଇଥିବା ହତ୍ୟାକାରୀକୁ ବିବାହର ଲୋଭ ଦେଖାଇ ଝିଅ, ନିଜ ମା’କୁ ହତ୍ୟା କରିଥିଲା । ହତ୍ୟା ପରେ ଧାନ ବିଲରେ ମୃତଦେହ ଫିଙ୍ଗିଥିବା ବେଳେ ସପ୍ତାହେ ପରେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାର ଖୁଲାସା କରି ମହିଳାଙ୍କୁ ହତ୍ୟା କରିଥିବା ହତ୍ୟାକରୀକୁ ପୁଲିସ ଗିରଫ କରିଛି । ଗତ ରବିବାର ଦିନ ୪୨ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଧାନ କ୍ଷେତରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ହତ୍ୟାକାଣ୍ଡର ଦ୍ୱିତୀୟ ଦିନରେ ମହିଳା ଜଣକ ରମାକାନ୍ତଙ୍କ ପତ୍ନୀ ଅଳକା ବୋଲି ଜଣାପଡିଥିଲା ।

ପୁଲିସ କହିଛି ଯେ ମହିଳାଜଣକ ଏକ ମାମଲା ରୁଜୁ କରିବାକୁ ଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବା ସହ ତାଙ୍କ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ପରଦିନ ତାଙ୍କ ସ୍ୱାମୀ ରମାକାନ୍ତ କ୍ଷେତରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବାର ସୂଚନା ପାଇଥିଲେ । ସୂଚନା ପାଇ ସେଠାକୁ ଯିବା ପରେ ମୃତଦେହଟି ତାଙ୍କ ପତ୍ନୀଙ୍କର ବୋଲି ଜାଣିବାକୁ ପାଇଥିଲେ । ଏହି ଘଟଣା ପରେ ରମାକାନ୍ତ ଜସରଥପୁର ପୁଲିସ ଷ୍ଟେସନରେ ନିଜ ଗାଁର ଦୁଇଜଣ ନାମୀ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରିଥିଲେ । ହେଲେ ପରେ ପ୍ରକୃତ ଦୋଷୀ ସାମ୍ନାକୁ ଆସିଥିଲା ।

ସୂଚନା ମୁତାବକ, ଅଳକା ନିଜ ବାପଘର ଗାଁର ସୁଭାଷଙ୍କ ସହ ଅନେତିକ ସମ୍ପର୍କ ରଖିଥିଲେ । ଝିଅର ବିଭିନ୍ନ ପ୍ରେମ ପ୍ରସଙ୍ଗକୁ ନେଇ ବିରକ୍ତି ଥିବା ଅଳକା, ସୁଭାଷଙ୍କୁ ଝିଅର ସୁପାରୀ ଦେଇଥିଲେ । ସୁଭାଷ ପୂର୍ବରୁ ଦୁଷ୍କର୍ମ ମାମଲାରେ ୩୮ବର୍ଷ ଜେଲରେ ରହି କିଛି ମାସ ହେବ ବାହାରକୁ ଆସିଥିଲା ବୋଲି ଜଣାଯାଇଛି । ତେବେ ସୁଭାଷ ସୁପାରୀ ନେଇ ଅଳକାଙ୍କ ଝିଅକୁ ହତ୍ୟା କରିବାକୁ ଯାଇଥିବା ବେଳେ ଅଳକାଙ୍କ ଯୋଜନା ବିଷୟରେ କହିଦେଇଥିଲେ । ଏହା ଶୁଣି ଅଳକାଙ୍କ ଝିଅ ସୁଭାଷକୁ କହିଥିଲେ, ତୁମେ ମୋ ମା’କୁ ହତ୍ୟା କଲେ ମୁଁ ତୁମକୁ ବିବାହ କରିବି । ଏଥିରେ ରାଜି ହୋଇ ସୁଭାଷ, ଅଳକାଙ୍କୁ ହତ୍ୟା କରି ଧାନ ବିଲରେ ଫିଙ୍ଗି ଦେଇଥିଲେ । ଏବେ ସୁଭାଷକୁ ଗିରଫ କରିଥିବା ବେଳେ ନାବାଳିକା ଝିଅକୁ ହେପାଜତକୁ ନେଇଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking