ଯାଜପୁର: ଟାଙ୍ଗିଆ ଚୋଟରେ ମାଆ ମୃତ, ଶିଶୁ କନ୍ୟା ଗୁରୁତର । ଯଖପୁରା ଥାନା ରାବଣା ଛକ ନିକଟର ଇଟା ଫ୍ୟାକ୍ଟ୍ରିରେ ହତ୍ୟା କରାଯାଇଛି । ଗୁରୁତର ଶିଶୁର ମୁଣ୍ଡରେ ଆଘାତ ଲାଗିବା ପରେ ତାକୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଇଟା ଫ୍ୟାକ୍ଟ୍ରିରେ କାମ କରୁଥିଲେ ମୃତ ମହିଳା ଓ ଅଭିଯୁକ୍ତ ଯୁବକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










