ଜଗତ୍ସିଂହପୁର: ଜଗତସିଂହପୁର ଥାନାରେ ଜଣେ ମାଆ ଓ ତାଙ୍କର ନାବାଳକ ପୁଅକୁ ପୁଲିସର ଥାର୍ଡ ଡିଗ୍ରୀ। ଏନେଇ ଡିଜିପି ଓ ମାନବା ଅଧିକାରୀ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିବା ମାଆ ଅକ୍ଲିମା ବିବି ସୂଚନା ଦେଇଛନ୍ତି। ପୁଲିସ ସେକ୍ ନବାବ୍ ନାମକ ଜଣେ ଅଭିଯୁକ୍ତଙ୍କୁ ଖୋଜିବାକୁ ଯାଇ ନବାବଙ୍କ ଘରୁ ତାଙ୍କ ସ୍ତ୍ରୀ ଅକ୍ଲିମା ବିବି ଓ ନାବାଳକ ପୁଅଙ୍କୁ ବିଦ୍ୟାଳୟରୁ ଉଠାଇ ଆଣି ଥାନାରେ ବେଲ୍ଟ ଓ ଜୋତାରେ ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗ ହୋଇଛି। ନବାବ୍ ଏକ ମନ୍ଦିର ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ଟିମ୍ ତାଙ୍କୁ ଘରେ ନପାଇ ସ୍ତ୍ରୀ ଓ ପୁଅଙ୍କୁ ଥାନାକୁ ଉଠାଇ ଆଣି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଏଭଳି ଅଭିଯୋଗକୁ ଜଗତସିଂହପୁର ଏସ୍ଡିପିଓ ଆଜିଙ୍କ୍ୟା ବି ମାଣେ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏକ ମନ୍ଦିର ଚୋରି ଘଟଣାରେ ସେକ୍ ନବାବଙ୍କ ସମ୍ପୃକ୍ତି ଥିବା ନେଇ ନବାବଙ୍କୁ ତାଙ୍କ ଘରୁ ଉଠାଇ ଆଣିବା ପାଇଁ ପୁଲିସ ଯାଇଥିଲା। ହେଲେ ତାଙ୍କ ଘରେ ନବାବଙ୍କୁ ପାଇ ନଥିଲେ ସତ, କିନ୍ତୁ ତାଙ୍କ ପୁଅ ମୋବାଇଲ୍ରେ ଆଉ ଏକ ଅପରାଧଜନକ ଭିଡିଓ ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନାବାଳକ ପୁଅ ମୋବାଇରେ ଏକ ଭିଡିଓରେ ନାବାଳକ ସେକ୍ ରାକେଶ, ଅକ୍ଲିମା ବିବି ଓ ନବାବ୍ ତାଙ୍କ ଘର ଭିତରେ ଏକ ମାଉଜର ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଏକ ପତ୍ରିକା ଧରିଥିବା ଦେଖି ପୁଲିସ ବନ୍ଧୁକ ବେପାର ଚାଲିଥିବା ସନ୍ଦେହ କରିଥିଲା। ଯେଉଁଥି ପାଇଁ ପୁଲିସ ନାବାଳକ ପୁଅ ଓ ମାଆକୁ ଉଠାଇ ଆଣି ଥାନାରେ ପଚରା ଉଚରା କରି ଥିବା ଏସ୍ଡିପିଓ ଶ୍ରୀ ମାଣେ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି। ଥାନାରେ ନବାବ୍ ବନ୍ଧୁକ ଓ ଗୁଳି କିଣିଥିବା ପୁଅ ପୁଲିସ ଆଗରେ କହିଥିବା ଏସ୍ଡିପିଓ କହିଛନ୍ତି।










