19.1 C
Bhubaneswar
Wednesday, February 11, 2026
Homeଓଡିଶାଦୁର୍ଘଟଣାରେ ଚାଲିଗଲା ମାଆ-ପୁଅଙ୍କ ଜୀବନ

ଦୁର୍ଘଟଣାରେ ଚାଲିଗଲା ମାଆ-ପୁଅଙ୍କ ଜୀବନ

କଳାହାଣ୍ଡି : ଦୁର୍ଘଟଣାରେ ଚାଲିଗଲା ମାଆ-ପୁଅଙ୍କ ଜୀବନ। ଟ୍ରକ୍ ଚାପାରେ ବାଇକ୍ ଆରୋହୀ ମାଆ-ପୁଅ ମୃତ। ଏଭଳି ଅଭବନୀୟ ଘଟଣା କଳାହାଣ୍ଡି ଜିଲ୍ଲା କର୍ଲାପଡ଼ା ଫାଣ୍ଡି କର୍ଲଗୁଡ଼ା ରାସ୍ତାରେ ଘଟିଛି। ରାସ୍ତାରେ ବାଇକ୍‌କୁ ଧକ୍କ୍‌ାଦେଲା ଏକ ଟ୍ରକ୍‌। ଘଟଣାସ୍ଥଳରେ ଉଭୟ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଭାବାନୀପାଟଣା- ଖଡିଆଳ ରାସ୍ତାକୁ ଅବାରାଧ କରିଛନ୍ତି। ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରିଛି। ଉତ୍ତେଜନା ସ୍ଥଳରେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ଟ୍ରକ୍ ଡ୍ରାଇଭରଙ୍କୁ ଥାନାକୁ ନେଇ ଅଟକ ରଖିଛି ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking